ପୂର୍ବତନ ବିଧାୟକ ତଥା ସାସଂଦ ଦୂତିକୃର୍ଣ୍ଣ ପଣ୍ଡାଙ୍କ ପରଲୋକ

Spread the love

 ଭୁବନେଶ୍ୱର,୫/୫ (ସନ୍ଧାନ ନିୟୁଜ) ଆଜି ଭୋର ୫ଟାବେଳେ କମ୍ୟୁନିଷ୍ଟ ନେତା, କମ୍ରେଡ ତଥା ଆସ୍କା ଲୋକସଭାର ପୂର୍ବତନ ସାସଂଦ ଦୂତିକୃର୍ଣ୍ଣ ପଣ୍ଡାଙ୍କ ଭୁବନେଶ୍ୱର ଆର୍ମି ହସ୍ ପିଟାଲରେ ଚିକିତ୍ସାଧୀନ ଥିବାବେଳେ ପରଲୋକ ହୋଇଛି। ସର୍ବସାଧାରଣଙ୍କ ଦର୍ଶନାର୍ଥେ ତାଙ୍କ ପାର୍ଥିବ ଶରୀରକୁ ସକାଳ ୯: ୩୦ ରୁ ୧୦: ୩୦ ଯାଏଁ ‘ଏଆଇଟିୟୁସି’ ଅଫିସରେ ରଖାଯିବ। ତା’ପରେ ତାଙ୍କର ପାର୍ଥିବ ଶରୀରକୁ ସିପିଆଇ ରାଜ୍ୟ ମୁଖ୍ୟାଳୟ ଭଗବତୀ ଭବନରେ ପୂର୍ବାହ୍ନ ୧: ୩୦ ରୁ ମଧ୍ୟାହ୍ନ ୧୨ଟା ଯାଏଁ ରଖାଯିବ। ଆସ୍କା ଠାରେ ତାଙ୍କର ଶେଷକୃତ୍ୟ ସମାପନ କରାଯିବ। କମ୍ରେଡ୍‌ ଦୂତୀକୃଷ୍ଣ ଥିଲେ ଆସ୍କାର ବିଧାୟକ। ଆସ୍କା ଆସନରୁ ମଧ୍ୟ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଦୂତିକୃଷ୍ଣ ‘ସିପିଆଇ’ ରାଜ୍ୟ ସଚିବ, ‘ଏଆଇଟିୟୁସି’ର ରାଜ୍ୟ ସଭାପତି ଆଦି ପଦବୀରେ ଅଧିଷ୍ଠିତ ଥିଲେ। ‘ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଙ୍ଘ’ର ସେ ଥିଲେ ପ୍ରତିଷ୍ଠାତା ସଭାପତି।

Related Posts

About The Author

Add Comment