ରାଉରକେଲା, ୬/୯ (ସନ୍ଧାନ ନିୟୁଜ/ସୁବୋଧ ନାୟକ) ରାଉରକେଲା ପୂଜ୍ୟପୂଜା ପରିଷଦ ପକ୍ଷରୁ ସାରନଗରୀ ସ୍ଥିତ ମାଁ ଗୁ‘ିଚା ମନ୍ଦିର ପରିସରରେ ନୁଆଖାଇ ଭେଟ୍ଘାଟ୍ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଠା ତଥା ଗାୟତ୍ରୀ ଉପସକ ଡା. ରାହାସ ବିହାରୀ ମହାପାତ୍ର ଅ୍ମକ୍ଷତା କରିଥିବା ବେଳେ ,ପର୍ବତନ ସୈନିକ ସଂଘର ସଭାପତି ଡା. ଅକ୍ଷୟ କୁମାର ସାମଲ,ରାଜ୍ୟକ୍ରର୍ମଚାରୀ ବୀମା ପ୍ରାକ୍ତନ ଅଧିକାରୀ ଡା. ବିଷ୍ଣୁପ୍ରିୟା ସାହୁ, ପ୍ରେ‘ସର ମଞ୍ଜୁଶର୍ମା ମହପାତ୍ର,ବିଶିଷ୍ଟ ସାହିତି୍ୟକ ବିଚିତ୍ରନନ୍ଦ ଦାସ ,ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଦିଲ୍ଲୀପ କୁମାର ନାୟକ, ସମ୍ମାନୀତ ଅତିଥି ଓ ବକ୍ତା ଭାବରେ ଯୋଗଦେଇ ନୂଆଖାଇ ପର୍ବର ପରଶ୍ଛରା, ଐତିହ୍ୟ ସଶ୍ଛର୍କରେ ବଣ୍ଣ ର୍ନା କରି କହିଲେ, ପଶ୍ଚିମ ଓଡିଶାର ସୁପ୍ରସିଦ୍ଧ ନୂଆଖାଇ ପର୍ବ ହୋଇଛି ଏକ କୃଷିଭିତିକ ପର୍ବ ।ଏହି ପର୍ବଦ୍ୱାରା ପାରିବାରିକ ସଶ୍ଛର୍କ, ଭାଇଚାରା , ପରସ୍ପରକୁ ଭଲପାଇବା, ସାମୁହିକ ନର୍ବାନ୍ନ ଭୋଜନ, ଗୁରୁଜନଙ୍କୁ ଯଥାସମ୍ମାନ,ସର୍ବପରି ଓଡିଶାର ପରଶ୍ଛରା । ସଂସ୍କୃତି ଓ ସ୍ୱାଭିମାନ ସଶ୍ଛର୍କରେ ଅତିଥିମାନେ ବିସ୍ତୃତ ଆଲୋଚନା କରିଥିଲେ କରିଥିଲେ ।ଚଳିତ ବର୍ଷପରି ଅସନ୍ତା ବର୍ଷ ଦକ୍ଷିଣ ରାଉରକେଲା ଅଂଚଳର ସମସ୍ତ ସାମାଜିକ , ସାଂସ୍କୃତିକ, ଓ ସାହିତ୍ୟ ଅନିଷ୍ଠାନ ମିଳିତ ଭାବେ ଏହି ପର୍ବକୁ ବିସ୍ତୃତ ଭାବେ ସମାରୋହରେ ପାଳିତ କରିବା ପାଇଁ ସଭାରେ ମତପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କବି ଗୌରାଙ୍ଗ ଦାସ, ଚିତ ରଞ୍ଜନ ନନ୍ଦ, ଅନ୍ତଯ୍ୟାମୀ ବେହୁରୀଆ, ସଚଳା ପ‘ା ,ଧନେଶ୍ୱର ସାହୁ ,ରବିନ୍ଦ୍ର ବେହୁରିଅ.ଏସ୍ .କେ. ସିଂ,ସୁବାଷଚନ୍ଦ୍ର ବିଶ୍ୱାଳ, ସରୋଜ କୁମାର ବେହେରା ସୁରେନ୍ଦ୍ର କୁମାର ବାରିକ, ସୁବାଷଚନ୍ଦ୍ର ମହାପାତ୍ର,ଉଦିତ ଅମାତ୍, ଦାମୋଦର ଧଳ, ହରପ୍ରିୟା ପରିଡା ,ପ୍ରମୁଖ ଅଲୋଚନାରେ ଅଂଶଗ୍ରହଣ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବେଦବ୍ୟାସ ସାହିତ୍ୟ ସଂସ୍କୃତି ପରିଷଦ. ଉକôôଳମଣି ଗୋପବନ୍ଧୁ ୱେଲେ‘ୟାର ଟ୍ରଷ୍ଟ, ଗାୟତ୍ରୀ ପରିବାର,ଅନ୍ୱେଷଣ,ସୃଜନୀ ସାହିତ୍ୟ ସଂସଦ,କଳିକା ଅନୁଷ୍ଠାନର କର୍ମକତାମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ ।ପ୍ରାରମ୍ଭରେ ମାଁ ସମଲାଇଙ୍କ େ‘ାଟ ଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରି ପୁଜାଅର୍ଚ୍ଚନା କରାଯାଇଥିଲା । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ପରିଡା କାର୍ଯ୍ୟକ୍ରମ ସଶ୍ଛାଦନାରେ ସହଯୋଗ କରିଥିବା ବେଳେ ସାଧାରଣ ସଶ୍ଛାଦକ ସନାତନ ସାହୁ ଅତିଥିମାନଙ୍କର ପରିଚୟ ପ୍ରାଦନ କରିଥିଲେ ।ବକୟତ୍ରି ହରପ୍ରିୟା ପରିଡା ଧନ୍ୟବାଦ ଦେଇଥିଲେ ।
ପୂଜ୍ୟପୂଜା ପରିଷଦ ପକ୍ଷରୁ ନୂଆଖାଇ ପାଳିତ
|
September 6, 2019 |
