ପୁଲ୍‌ଓ୍ଵାମା ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ସ୍ପଷ୍ଟ: ଏନ୍‌ଆଇଏ

Spread the love

ନୂଆଦିଲ୍ଲୀ,୨୫/୨(ସନ୍ଧାନ ନିଉଜ) : ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟନାର ରହସ୍ୟ ଉନ୍ଜୋଚନ କରିବାର ନିକଟତର ହେଲାଣି ତଦନ୍ତକାରୀ ସଂସ୍ଥା ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି (ଏନ୍‌ଆଇଏ)। ଏହି ବ୍ୟାପକ ଆକ୍ରମଣ ଅଭିଯାନରେ ସ୍ଥାନୀୟ ସହଯୋଗୀ ଆଦିଲ୍‌ ଅହମଦ୍‌ ଦରଙ୍କ ସମେତ ଜୈଶ୍‌-ଏ-ମହମ୍ମଦ୍‌ର ଚାରି କି, ପାଞ୍ଚ ଜଣ ଆତଙ୍କାବଦୀ ସମ୍ପୃକ୍ତ।

ଏନ୍‌ଆଇଏର ଜଣେ ତଦନ୍ତକାରୀ କହନ୍ତି, ଆକ୍ରମଣରେ ପାକିସ୍ତାନୀ ପାଦ ଚିହ୍ନ ସ୍ପଷ୍ଟ ଦେଖାଯାଉଛି। ବୋମା ବିସ୍ଫୋରଣକାରୀର ଗାଡ଼ିରେ ୨୫ କିଲୋଗ୍ରାମ୍‌ ଆର୍‌ଡିଏକ୍ସ୍‍ ଗୋଟିଏ ପାତ୍ରରେ ରଖାଯାଇଥିଲା। ଜୈଶ୍‌-ଏ-ମହମ୍ମଦ୍‌ ସଂଗଠନ କେମିତି ଆର୍‌ଡିଏକ୍ସ ଖରିଦ କଲା ତାହାର ତଦନ୍ତ ଚାଲିଛି। କୌଣସି ମତେ ସୀମା ଆରପାରିରୁ ଏହି ବିସ୍ଫୋରକ ଆସିଛି ବୋଲି ତଦନ୍ତକାରୀମାନେ ବିଶ୍ୱାସ କରୁଛନ୍ତି।

ଗାଡ଼ି ସଂକ୍ରାନ୍ତରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଇଛି। ସେ ଗାଡ଼ିଟି ଥରେ ଦୁଇ ଥର ସେହି ଗ୍ରୁପ୍‌ ସହ ଦେଖା ଦେଇଛି ବୋଲି ସେ କହନ୍ତି।
ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପରିଚୟ ଦେବାକୁ ଏନ୍‌ଆଇଏ ମନା କରିଥିଲେ ବି ଆସନ୍ତ ଦୁଇ ସପ୍ତାହ ମଧ୍ୟରେ ଘଟନାର ସବିଶେଷ ବିବରଣୀ ଜଣାପଡ଼ି ଯିବ ବୋଲି ଜଣେ ଅଧିକାରୀ କହିଛନ୍ତି

Related Posts

About The Author

Add Comment