ପୁଲିସ ସୁଚନାଦାତା ସନ୍ଦେହେରେ ଆଦିବାସୀ ଯୁବକକୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଲେ ମାଓବାଦୀ

Spread the love

ମାଲକାନଗିରି ୩୦/ ୬ (ସନ୍ଧାନ ନିୟୁଜ) କିଛିଦିନର ନିରବତା ପରେ ମାଲକାନଗିରି ଜିଲ୍ଲାରେ ପୁଣି ମାତିଉଠିଛନ୍ତି ମାଓବାଦୀ,ଅପହରଣପରେ ପୁଲିସ ସୁଚନାଦାତା କହି ଜଣେ ନିରିହ ଆଦିବାସୀ ଯୁବକକୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡଦେଇ ଲାଲ ଆତଙ୍କ ସୃଷ୍ଟିକରିଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲାସ୍ଥ ମାଥଲିଥାନା ନିକଟବର୍ତି ମହୁପଦର ପଚାଂୟତ କୁକୁରକୋଣ୍ଡି ଗ୍ରାମରୁ ଶୁକ୍ରବାର ଦିନ  ଗୁଜାକବାସୀ,ମାସା ସୋଡି,ଉଙ୍ଗାକାଲମାଲ ଙ୍କୁ ମାଓବାଦୀ ମାନେ ଘରୁ ଉଠାଇନେଇଥିଲେ ।ସେମାନଙ୍କୁ ଗତକାଲି ଓଡିଶା ଛତିଶଗଡ ସୀମାନ୍ତ ଘଚଂ ଜଙ୍ଗଲ ପାହଡରେ ପ୍ରାଜାକୋର୍ଟରେ ହାଜର କରାଇ ପୁଲିସ ସୁଚନାଦାତା କହି ନିସ୍ତୁକ ମାଡ ଦେଇଥିଲେ । ମାସା ସୋଡି ଓ ଉଙ୍ଗାକାଲମାଲ ଙ୍କୁ ମାଡାମାରି ବିଚାର ପରେ ଛଡିଦେଇଥିଲେ । ଗୁଜାକବାସୀଙ୍କୁ ନ ଛାଡି ତାଙ୍କୁ ପୁଲିସଇନଫରମୋର କହି ପ୍ରଜାକୋର୍ଟରେ ଅତି ନିର୍ମମଭାବେ ଗଳାକାଟି ହତ୍ୟାକରି କୁକୁରକୋଣ୍ଡି ଜଙ୍ଗଲରେ ପକାଇଦେଇ ପଳାଇଥିବାର ଜଣାପଡିଛି ।ଆଜି ସକାଳେ ସେହି ଜଙ୍ଗଲରେ ଜଣେ କାହାର ରକ୍ତାରକ୍ତ ମୃତଶରୀର ପଡିଥିବାର ଗ୍ରାମବାସୀ ଦେଖି ଥିଲେ । ଗ୍ରାମରେ ଜଣାଇବାପରେ ଅପହୃତ ଗୁଜାଙ୍କ ପରିବାର ସେଠାକୁ ଯାଇ ତାହା ଗୁଜାଙ୍କ ମୃତଶରୀର ବୋଲି ଚିହ୍ନଟକରି ଘରକୁ ଆଣିଥିଲେ । ଗୁଜାଙ୍କ ମୃତ୍ୟୁରେ ତାଙ୍କ ପରିବାର ଭଙ୍ଗିପଡିଛନ୍ତି । ସେମାନଙ୍କ ଆଖିରୁ ଲୁହ ଶୁଖୁ ନାହିଁ, ସେ ଏକ ମାତ୍ର ଘରକୁ ରୋଜଗାର କ୍ଷମ ବ୍ୟକ୍ତି ଥିଲେ ସେ ଅତ୍ୟନ୍ତଗରିବ ପରିବାର ହୋଇଥିବାରୁ ତାଙ୍କ ପୁରିବାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି । ଏ ସଂପର୍କରେ ମାଲକାନଗିରି ଏସପି ଜଗମୋହନ ମୀନା ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ,ଗତକିଛି ମାସହେଲା ପୁଲିସ ପକ୍ଷରୁ ଯୋରଦାର ମାଓଦମନ ଚାଲିଥିବାରୁ ମାଓବାଦୀ ମାନେ ଔଷଧ ରାଗରେ ତାଟିଆ କାମୁଡୁଛନ୍ତି,ପୁଲିସକୁ ସାମନା ରେ ମୁକାବିଲା କରିନପାରି ଜଣେ ନିରିହ ଆଦିବାସୀ ଯୁବକଙ୍କୁ ହତ୍ୟାକରିଛନ୍ତି ।ଏହା ଛତିଶଗଡ ରାଜ୍ୟ ସୀମାନ୍ତ ହୋଇଥିବାରୁ ଏହି କାଣ୍ଡ ଛତିଶଗଡ ଦରଭାଡିଭିଜନ ଓ ମହୁପଦର ଦଳମ ମାଓବାଦୀର କାମ ହୋଇଥାଇପାରେ । ମାଥିଲି ଥାନା ପୁଲିସ  ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭକରିଛନ୍ତି । ଛତିଶଗଡ ଓଡିଶା ସୀମାନ୍ତ ସିଲ କରାଯାଇ ମହୁପଦର, ତୁଳସି ପାହଡ ରେ  କମ୍ବିଂ ଓ ସର୍ଚ ଅପରେସନ ଯୋରଦାର ଚାଲିଛି ବୋଲି ଏସପି ଶ୍ରୀ ମୀନା ସୁଚନା ଦେଇଛନ୍ତି ।

Related Posts

About The Author

Add Comment