ପୁଲିସ ଟିମ ଉପରେ ମାଓବାଦୀ ଆକ୍ରମଣ: ଦୁଇ ASI ସମେତ ୫ ପୁଲିସକର୍ମୀ ଶହୀଦ

Spread the love

ରାଞ୍ଚି ୧୪/୬ (ସନ୍ଧାନ ନିୟୁଜ) ଝାରଖଣ୍ଡର ସରେଇକେଲାର ତିରୁଲଡିହ ଥାନାକ୍ଷେତ୍ରରେ କୁକଡ଼ୁ ସାପ୍ତାହିକ ହାଟରୁ ଫେରୁଥିବା ପୁଲିସ ଟିମ ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ ଯେଉଁଥିରେ ପାଞ୍ଚଜଣ ପୁଲିସ ସହୀଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଦୁଇଜଣ ଏଏସଆଇ ଏବଂ ତିନିଜଣ କନେଷ୍ଟବଳ ସାମିଲ ଅଛନ୍ତି। ଘଟଣା ପରେ ନକ୍ସଲୀ ପୁଲିସମାନଙ୍କର ହତିଆର ନେଇ ଫରାର ହୋଇଯାଇଛନ୍ତି। ପୁଲିସକର୍ମୀଙ୍କୁ ଗୁଳି ଲାଗିବାରୁ ଘଟଣା ସ୍ଥଳରେ ହିଁ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସର ଗୁଳିରେ କିଛି ମାଓବାଦୀଙ୍କୁ ମଧ୍ୟ ଗୁଳି ଲାଗିଥିବାର ସୂଚନା ମିଳିଛି।

ଜାମଶେଦପୁର ସିଟି ଏସପି ପ୍ରଭାତ କୁମାର ବର୍ତ୍ତମାନ ସରାୟକେଲା ଏସପିଙ୍କର ଇନ୍ ଚାର୍ଜ ଅଛନ୍ତି। ସେ ଘଟଣାର ପୁଷ୍ଟି କରିଛନ୍ତି। ସେ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି।

Related Posts

About The Author

Add Comment