ରାଉରକେଲା, ୧୪/୧/୨୦୨୦ (ସନ୍ଧାନ ନିଉଜ) : ରାଉରକେଲାରେ ପବିତ୍ର ମକର ସଂକ୍ରାନ୍ତି ପାଳନ ହେଉଥିବା ବେଳେ ଆଜି ଠାରୁ ଏହାର ଧୂମ ରାଉରକେଲାର ସହରତଳି ବସ୍ତି ଇଲାକା ଓ ଲାଠିକଟା ବ୍ଲକର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳିଛି । ମକର ପର୍ବରେ ଲାଠିକଟା ବ୍ଲକର ଅନେକ ଗ୍ରାମରେ ଆଜିଠାରୁ ଦେଖିବାକୁ ମିଳିଛି ଗଂଜା (କୁକୁଡ଼ା) ଲଢେଇ । ଏହି ଲଢେଇ ନିରୀହ ପକ୍ଷୀକୁ ଅସ୍ତ୍ରବତାର କରି ବାଜିରେ ଲଗାଯାଉଛି । କୁକୁଡ଼ା ପାଡ଼ାରେ ଉଭୟ ଗଂଜା ପାଇଁ ଲାଗୁଛି ଶହଶହ ଟଙ୍କାର ବାଜି! ବାଜି ୧୦୦ ଟଙ୍କାରୁ ଆରମ୍ଭ କରି ହଜାର ଟଙ୍କା ଯାଏ ଲାଗୁଛି । ମିଳିଥିବା ସୂଚନା ଅନୁଯାୟୀ ଝିରପାଣି, ଜଲଦା, ବାଗୁଡ଼ି ବସ୍ତି, ଉତମ ବସ୍ତି, ନୟାଡେରା, ରାମଯୋଡ଼ି, , ମୁଣ୍ଡାଯୋର ଓ ଆହୁରି ୫୦ରୁ ଉର୍ଦ୍ଧ ଜାଗାରେ ପୁଲିସ ଅଗୋଚରରେ କୁକୁଡ଼ା ପାଡ଼ାର ଆୟୋଜନ କରାଯାଇ ହଜାରହଜାର ଟଙ୍କାର ଜୁଆଖେଳ ଚାଲୁଥିବା ଅଭିଯୋଗ ହୋଇଛି । ଏହାକୁ ବନ୍ଦ କରିବା ଲାଗି ଅଂଚଳବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦାବି ଜୋର ଧରିଥିବା ବେଳେ, ଏହି ବେନିୟମ କାରବାର ଉପରେ ପୁଲିସିଆ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ଜୋର ଧରିଛି ।
ପୁଲିସ ଅଗୋଚରରେ ଚାଲୁଛି ଗଂଜା ଲଢେଇ, କାର୍ଯ୍ୟାନୁଷ୍ଠାନ ଦାବି
|
January 14, 2020 |