ପୁଲିସ୍‌ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ

Spread the love

ବାରିପଦା, ୦୮.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଦିନ ଦ୍ବିପ୍ରହରରେ ବାସ ପୁଳିକୁ ର ଚଲେଞ୍ଜ ଦେଇଛନ୍ତି ଲୁଟେରା ଆଦି ଗୁରୁବାର ମଧ୍ୟହ୍ନ ଗୋଟାଏରୁ ୨ଟା ମଧ୍ୟରେ ବାରିପଦା ସଦର ଥାନା ଗୁହି ଛକ ନିକଟସ୍ଥ ବାରିପଦା-ଚିତ୍ରଡ଼ା ଗସ୍ତରେ ଘଟିଛି ବଡ଼ଧରଣର ତୟତି ନିଜ ପରିବାର ସହିତ ଆର୨୬ ସି-୭୯୬୩ ନମ୍ବର ସୁରଫ୍ କାରରେ ବାଲେଶ୍ୱର ଜିଲ୍ଲା ବାଲିଆପାଳକୁ ଯାଉଥିବା ଜଣେ ଅବସରପ୍ରାପ୍ତ ବାୟୁସେନା କର୍ମଚାରୀଙ୍କଠାରୁ କରାଯାଇଛି ଦୁର୍ବୃଦ୍ଧମାନେ ବନ୍ଧୁକ ଦେଖାଇ ପ୍ରାୟ ୧୦ ଅଳର କୁଟି ଥିବା  ଟି ୨ ସେମାନଙ୍କ ଆକ୍ରମଣରେ ଦୀନକୃଷ୍ଣ ମହାନ୍ୟ ଆହତ ହୋଇଛନ୍ତି। ଗତ ମାସ ୩୧ରେ ବାୟୁସେନାରୁ ଅବସର ନେଇଥିବା ଶୁଳିଆପଦା ଥାନା ଭାରୁଆଡ଼ି ଗ୍ରାମର ଦୀନକୃଷ୍ଣ ମହାନା ତାଙ୍କ ପତ୍ନୀ କ୍ରିଷ୍ଣା ମହାନା, ଶାଶୁ ମଞ୍ଜୁଲତା ବାରିକ, ସମ୍ପର୍କୀୟ ମୁକେଶ ବାରିକ, ବାବୁ ବାରିକଙ୍କ ସହିତ ୩ ଜଣ ଛୋଟ ପିଲାଙ୍କୁ ନେଇ  ଆଜି ସକାଳ ବାରିପଦାରୁ ଚିତ୍ରଡ଼ା ରାସ୍ତା ଦେଇ ର ବାଲିଆପାଳ ଅଭିମୁଖେ ଯାଉଥିଲେ । ଏହି ସମୟରେ ପଶ୍ଚିମବଙ୍ଗ ନମ୍ବର ଥିବା ୩ଟି ଆପାଚି ବାଇରେ ୪ ଜଣ ଲୁଟେରା ଗୁଞ୍ଜୁସାହି ଛକ ନିକଟରେ ଦୀନକୃଷ୍ଣଙ୍କ କାରକୁ ଓଭରଟେକ୍ କରି ଅଟକାଇଥିଲେ। ଗାଡ଼ି ଅଟକିବା ପରେ ସେମାନେ ବନ୍ଧୁକ ଦେଖାଇ ଓ ଦୀନକୃଷ୍ଣଙ୍କୁ ଗାଡ଼ିରୁ ବାହାରିବାକୁ ଧମକ ଟି ଦେଇଥିଲେ। ଲୁଟେରାମାନଙ୍କ ମଧ୍ୟରୁ ୩ ଜଣଙ୍କ‌ ହାତରେ ଥିବାବେଳେ ଭୁଜାଲି ଥିଲା । ଦୀନକୃଷ୍ଣଙ୍କ ମୁଣ୍ଡକୁ ଜଣେ ବନ୍ଧୁକରେ ଆକ୍ରମଣ କରିବା ସହ ନିକଟସ୍ଥ ଜଙ୍ଗଲକୁ ନେଇ ଯାଇଥିଲା। ଅନ୍ୟ ୩ ଜଣ ଦୁର୍ବୃତ୍ତ ଗାଡ଼ିରେ ବସିଥିବା ଦୁଇ ମହିଳା, ଦୁଇ ପୁରୁଷଙ୍କ ନିକଟରୁ ୪ଟି ହାର, ୪ଟି ମୁଦି ସହିତ ଅନ୍ୟାନ୍ୟ ସୁନାଗହଣା ଛଡ଼ାଇ ନେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ହେବ ବୋଲି ଲୁଟ୍‌ର ଶିକାର ହୋଇଥିବା ପରିବାର ସଦସ୍ୟମାନେ ପ୍ରକାଶ କରିଛନ୍ତି। ଦୀନକୃଷ୍ଣଙ୍କୁ ଛାଡ଼ିଦେବାକୁ ତାଙ୍କ ପତ୍ନୀ ଅନୁରୋଧ କରିବାରୁ ଲୁଟେରାମାନେ ତାଙ୍କ କାର ଚାବିକୁ ଜଙ୍ଗଲ ଭିତରକୁ ଫୋପାଡ଼ି ଆଖି ପିଛୁଳାକେ ସେଠାରୁ ଚମ୍ପଟ୍ ମାରିଥିଲେ । ଲୁଟ୍ ସଂପର୍କରେ ଖବର ପାଇ ବାରିପଦା ସଦର ଥାନା ଆଇଆଇସି ପ୍ରେମଦା ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଆହତ ଦୀନକୃଷ୍ଣଙ୍କୁ ଚିକିତ୍ସା ନିମନ୍ତେ ପିଆରଏମ୍ ପଠାଯାଇଥିଲା । ଲୁଟେରାମାନେ ବଙ୍ଗଳା ଓ ହିନ୍ଦୀରେ କଥା ହେଉଥିବା ଦୀନକୃଷ୍ଣ ପ୍ରକାଶ କରିଛନ୍ତି। ଏ ନେଇ ସଦର ଥାନାରେ ଏକ ମାମଲା ହୋଇଛି । ଲୁଟେରା ମାନେ ବଙ୍ଗଳାରେ କଥା ହଉଥିବ।ରୁ  ସେମାନେ ପଶ୍ଚିମ ବଙ୍ଗରୁ ଆସି ଥାଇପାରନ୍ତି ଦୀନକୃଷ୍ଣ ବୋଲି ଆଇଆଇସି ପ୍ରେମଦା ନାୟକ ସୂଚନା ଦେଇଛନ୍ତି । ମୋବାଇଲ୍ ନେଟୱାର୍କକୁ ଟ୍ରାକିଂ କରି ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ ଚାଲିଥିବା ସେ କହିଛନ୍ତି। ତେବେ ସ୍ପଷ୍ଟ ଦିବାଲୋକରେ ଜଣେ ଅବସରପ୍ରାପ୍ତ ବାୟୁସେନା କର୍ମଚାରୀଙ୍କ ପରିବାରକୁ ଲୁଟିବା ସାଧାରଣରେ ଭୟ ଲୁଟ୍‌ର ଶିକାର ସହ ଯାଉଥିଲେ ବାଲିଆପାଳରୁ ଆସିଥିଲେ ୪ ଲୁଟେରା  ଲକ୍ଷ ଟଙ୍କାର ଅଳଙ୍କାରଙ୍କୁ ଖେଳାଇଦେଇଛି । ଉକ୍ତ ଗାଡ଼ିରେ ଜଣେ ସାମରିକ ଇ କର୍ମଚାରୀ ମଧ୍ୟ ଥିଲେ । ଗତକାଲି ହିଁ ମୁମ୍ବାଇରୁ ଆସି ବାରିପଦାରେ ପହଞ୍ଚିଥିଲେ ଦୀନକୃଷ୍ଣ । ତାଙ୍କ ପରିବାରର ଗସ୍ତ ସମ୍ପର୍କରେ ସୂଚନା ପାଇ ଯୋଜନାବଦ୍ଧ ଭାବେ ଲୁଟିବାକୁ ଅନୁମାନ କରାଯାଉଛି।‌ବାରିପଦା-ଚିତ୍ରଡ଼ା ରାସ୍ତା ଏବେ ଅପରାଧୀଙ୍କ ଭୂସ୍ବର୍ଗ ପାଲଟିଛି । ନିକଟରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୃତ୍ତମାନେ ୭୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଇଥିଲେ। ଏହି ରାସ୍ତା ଅପେକ୍ଷାକୃତ ଭାବେ ଫାଙ୍କା ରହୁଥିବାରୁ ଅପରାଧ ଲିଭାଇବା ପାଇଁ ଦୁର୍ବୃତ୍ତମାନଙ୍କ ପାଇଁ ସୁଯୋଗ ସୃଷ୍ଟି ହେଉଛି। ସେହିପରି ଏହି ରାସ୍ତାରେ ଦୁର୍ଘଟଣା ମଧ୍ୟ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ବାରିପଦା-ଚିତ୍ରଡା ରାସ୍ତାରେ ଓ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଦାବି ହୋଇଛି।

Related Posts

About The Author

Add Comment