ପୁଲଓ୍ଵାମା ଆକ୍ରମଣ ପରେ ଭାରତକୁ ଡରିବା ଆରମ୍ଭ କରିଛି ପାକ୍‌

Spread the love

ପୁଲଓ୍ଵାମା,୨୪/୨(ସନ୍ଧାନ ନିଉଜ) : ଜାମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ଜଟିଳ ହୋଇଯାଇଛି। ଏମିତିରେ ଭାରତର କୌଣସି ବି ସମ୍ଭାବିତ କାର୍ଯ୍ୟାନୁଷ୍ଠାନକୁ ନେଇ ପାକିସ୍ତାନ ଭୟରେ ଅଛି। ପାକିସ୍ତାନ ଏବେ ସଂକଟ ପ୍ରବନ୍ଧନ ପ୍ରକୋଷ୍ଠର ସ୍ଥାପନା କରିଛି। ଏକ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ସାମନାକୁ ଆସିଛି।

ପାକିସ୍ତାନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତାଙ୍କ କହିବାନୁସାରେ, ଏହି ପ୍ରକୋଷ୍ଠ ସମସ୍ତ ହିତାଧିକାରୀଙ୍କ ସୀମାର ସ୍ଥିତି ଓ କୂଟନୈତିକ ସଂପର୍କ ସହିତ ଅବଗତ ରଖିବ। ରିପୋର୍ଟରେ କୁହାଯାଇଛି କି, ବିଦେଶ ମନ୍ତ୍ରାଳୟରେ ଏହି ପ୍ରକୋଷ୍ଠର ସ୍ଥାପନା କରାଯାଇଛି। ଏହା ପୂରା ସପ୍ତାହ ବିନା କୌଣସି ବିରତିିରେ ଚାଲୁ ରହିବ।

ଉଲ୍ଲେଖଯୋଗ୍ୟ, ୧୪ ଫେବୃୟାରୀ ଦିନ ଜାମ୍ମୁ-କାଶ୍ମୀରର ପୁଲୱାମାରେ ପାକିସ୍ତାନ ଆଧାରିତ ଜୈଶ-ଇ-ମହମ୍ମଦ ଦ୍ୱାରା କରାଯାଇଥିବା ଆତ୍ମଘାତୀ ଆକ୍ରମଣରେ ସିଆରପିଏଫ୍‌ ର ୪୦ ଯବାନ ସହିଦ ହୋଇଥିଳେ। ଏହି ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ପରିସ୍ଥିତି ଉପରେ ଆମେରିକା ଚିନ୍ତା ପ୍ରକଟ କରିଛି।

Related Posts

About The Author

Add Comment