ପୁର୍ବ ଯୋଜନା ଅନୁସାରେ କାର ଭିତରେ ହିଁ ମମିତା ମେହେରଙ୍କୁ ହତ୍ୟା କରାଯାଇଛି: ଡ଼ିଆଇଜି ଦୀପକ କୁମାର

Spread the love
କଳାହାଣ୍ଡି,୨୦/୧୦ (ସନ୍ଧାନ ନିଉଜ) ପ୍ରଥମେ ଘରୋଇ ସ୍କୁଲ୍ ଅଧକ୍ଷା ମମିତା ମେହେର୍ ନିଖୋଜ୍ ହେବା ପରେ ସନସାଇନ୍ ସ୍କୁଲର ମାଲିକ ତଥା ସଭାପତି ଗୋବିନ୍ଦ ସାହୁ ପୋଲିସ୍ ହେପାଜତରୁ ଚମ୍ପର୍ଟ ମାରିବା ଏବଂ ତାକୁ ଧରିବାକୁ ପ୍ରଥମେ ୨୦ ହଜାର ଟଙ୍କା ଓ ପରେ ଏହାକୁ ୧ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା । ପୁଣି ଏହାର ୩ ଘଣ୍ଟା ପରେ ପ୍ରକୃତ ଦୋଷୀ ଗୋବିନ୍ଦ ସାହୁ ଧରାପଡ଼ିବା ଏ ସମସ୍ତ ଘଟଣା ପଛରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ହାତ ଥିବା ନେଇ ଏବେ ବିଭିନ୍ନ ମହଲରେ ତିବ୍ର ଆନ୍ଦୋଳନ କରାଯାଉଛି । ତେବେ ସେପଟେ ଏହି ସମସ୍ତ ମାମଲାର ମହାଖୁଲାସା କରିଛନ୍ତି ଡ଼ିଆଇଜି ଦୀପକ କୁମାର । ସୁଚନା ଅନୁସାରେ ପୁର୍ବ ଯୋଜନା ଅନୁସାରେ କାର ଭିତରେ ହିଁ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା । ତଣ୍ଟି ଚିପି ମାରିଛି କି ନାହିଁ ସେନେଇ ତଦନ୍ତ ଚାଲୁ ରହିଥିବା ଡ଼ିଆଇଜି ସୁଚନା ଦେଇଛନ୍ତି ।

Related Posts

About The Author

Add Comment