ଯାଜପୁର :-/ 14/12/ସନ୍ଧାନ ନିୟୁଜ (ପ୍ରଶାନ୍ତ ସାମଲ ) ସରକାରଙ୍କ ଏକ ପ୍ରମୁଖ ବିଭାଗ ହେଉଛି ସ୍ୱାସ୍ଥ୍ୟ ବିଭାଗ , ରାଜ୍ୟର ଜନସାଧାରଣ କିପରି ସୁସ୍ଥରେ ରହିବେ ସେ ଚିନ୍ତା ନବୀନ ସରକାରର , ଏନେଇ ବିଭିନ ଯୋଜନା ପ୍ରଣୟନ କରାଯାଇଛି ।
ହେଲେ ଫିଲଡ଼ ରେ କାର୍ଯ୍ୟ କରୁଥିବା କିଛି ଦୁର୍ନୀତିଖୋର କର୍ମଚାରୀ ଙ୍କ ପାଇଁ ଲୋକେ ନାନାଦି ହଇରାଣ ହେଉଥିବା ଦେଖାଦେଇଛି ।
ସୂଚନା ଅନୁଯାୟୀ ବରୀ ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ର ଅନ୍ତର୍ଭୁକ୍ତ ବାଇଁଶିରିଆ ପଞ୍ଚାୟତ ରେ ନିୟୋଜିତ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଶ୍ରୀ ଉମେଶ ସାହୁ ମାସରେ ଦିନେ ଦୁଇ ଦିନ ଆସି ନିଜର ଉପସ୍ଥାନ ପକାଇଦେଇ ସରକାରୀ ତହବିଲ ରୁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବା ବର୍ତ୍ତମାନ ବରୀରେ ଚର୍ଚ୍ଚା ହେଉଛି ।
ଶ୍ରୀ ସାହୁ କୁଆଖିଆରେ ରହି ବରୀ କୁ କମ ଆସି ଚଣ୍ଡୀଖୋଲରେ ଏକ କ୍ଲିନିକରୁ ଭଲ ଆୟ ମଧ୍ୟ କରିଥାନ୍ତି , ବାଇଁଶିରିଆ ବାସୀ ଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀୟ ବ୍ୟବସ୍ଥା ଏଠାରେ ଶୂନ୍ୟ ଥିଲାବେଳ ଖାଲି ଖାତାକଲମରେ ପୂର୍ଣ କରାଯାଇ ଲୋକଙ୍କୁ ମୃତ୍ୟୁମୁଖରେ ଛାଡି ଦିଅନ୍ତି ଏଭଳି ଠକ ଅସାଧୁ କର୍ମଚାରୀମାନେ ।
ଏନେଇ ଯେତେ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଚୁପଚାପ ବସିପଡ଼ନ୍ତି ,ଯୋଗାଯୋଗ କଲେ କହନ୍ତି ଶ୍ରୀ ସାହୁ କାହାରିକୁ ଖାତିର କରନ୍ତି ନାହିଁ ସିଏ କୁଆଡେ ନେତାଙ୍କ ପାଖ ଲୋକ ।
ଏହି ଖବର ପ୍ରଚାରିତ ହେବା ପରେ ପଞ୍ଚାୟତ ବାସୀ ତୀବ୍ର ଅସନ୍ତୋଷ ଦେଖାଇବା ସହ ୟାଙ୍କ ଏଠାରୁ ତୁରନ୍ତ ଅନ୍ୟ ସ୍ଥାନକୁ ବଦଳ କରିବା ପାଇଁ ସିଡିଏମଓ ଯାଜପୁର ଙ୍କୁ ଜଣାଇଛନ୍ତି ।