ଭୁବନେଶ୍ୱର, ୨/୨/୨୦ (ସନ୍ଧାନ ନିଉଜ) : ପୁରୀ ସିଟି ରୋଡ୍ରେ ଥିବା ଏକ ହୋଟେଲରୁ ମ୍ୟାନେଜର ବସନ୍ତ ସେଠୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ଘର ପୁରୀର ବାଲି କପିଳେଶ୍ୱରପୁର ଅଞ୍ଚଳର ତରକୋର ଗାଁରେ ବୋଲି ଜଣାପଡିଛି।
ଆଜି ସକାଳେ ହୋଟେଲର ଜଣେ କର୍ମଚାରୀ ଦେଖିଥିଲେ ବସନ୍ତଙ୍କ ମୃତଦେହ ଏକ ରୁମ୍ର ପଡ଼ିଛି। ସେହି ରୁମ୍ର ଜିନିଷପତ୍ର ଏଣେତେଣେ ପଡ଼ିଥିବା ବେଳେ ବସନ୍ତଙ୍କ ମୁହଁରୁ ରକ୍ତ ବାହାରୁଥିବା ଦେଖି ସେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ସନ୍ଦେହ କରାଯାଉଛି ବସନ୍ତଙ୍କୁ ହତ୍ୟା କରାଯାଇଛି। ବସନ୍ତଙ୍କ ଭାଇ କାବୁଲି କହିଛି ମୋ ଭାଇ ଏ ହୋଟେଲରେ ୧୫ବର୍ଷ ହେବ କାମ କରୁଥିଲେ। କାଲି ଦିନ ସାରା ଫୋନ୍ ଉଠାଇ ନଥିଲେ।