ପୁରୀ ସ୍ୱର୍ଗଦ୍ୱାର ହେବ ନବକଳେବର; ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

Spread the love

ପୁରୀ, ୧୦/୧୨ (ସନ୍ଧାନ ନିୟୁଜ) ପୁରୀ ସ୍ୱର୍ଗଦ୍ୱାର ହେବ ନବକଳେବର। ଏଥିପାଇଁ ଆଜି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱର୍ଗଦ୍ୱାର ଭିତରେ ଥିବା ପୁରୁଣା ଗୃହଗୁଡିକ ଆଜି ଭଙ୍ଗାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉଚ୍ଛେଦ ସ୍ଥାନରେ ପୁଲିସ ବାହିନୀ ମୁତୟନ କରାଯାଇଛି। ପୂର୍ବରୁ ସରକାରଙ୍କ ଘୋଷଣା ମୁତାବକ ସ୍ୱର୍ଗଦ୍ୱାରର ଉନ୍ନତି ନେଇ ଖର୍ଚ୍ଚ ହେବ ୫କୋଟି ଟଙ୍କା। ହଟିବ ବିଜୁବାବୁଙ୍କ ସମାଧି। ଏବେ ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରସ୍ତୁତ ହୋଇଛି ନୂଆ ବ୍ଲୁପ୍ରିଣ୍ଟ। ଏବେ ସ୍ୱର୍ଗଦ୍ୱାରେ ଶବବାହକ ଓ ଶବଦାହ ପାଇଁ ସଂପୂର୍ଣ୍ଣ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଶବବାହକ ସୁବିଧା ପାଇଁ ନିର୍ମାଣ ହେବ ବିଶ୍ରାମ କକ୍ଷ। ଏହି ଉନ୍ନତିମୂଳକ କାମ ପାଇଁ ସ୍ୱର୍ଗଦ୍ୱାରରେ ଥିବା ବିଜୁବାବୁଙ୍କ ସମାଧି ମଧ୍ୟ ହଟିବ। ନିଷ୍ପତି ହୋଇଛି ସବୁ ଋତୁରେ କିଭଳି ସୁବିଧାରେ ଏଠାରେ ଶବଦାହ କରିହେବ। ସେ ନେଇ ସବୁ ଅନୁକୂଳ ବ୍ୟବସ୍ଥା ନିର୍ମାଣ କରାଯିବ। ଏଠାରେ ବ୍ୟାପକ ବୃକ୍ଷରୋପଣ ସହ ଅସ୍ଥି ସଂଗ୍ରହ ଓ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ପ୍ରଥମ ପଯ୍ୟାୟରେ ୫କୋଟି ଟଙ୍କା ଖର୍ଚ୍ଚ କରାଯିବ। ତେବେ ଆଗାମୀ ଦିନରେ ସ୍ୱର୍ଗଦ୍ୱାରର ବିକାଶ ନେଇ ଜବରଦଖଲ ଉଚ୍ଛେଦ ହେବାର ମଧ୍ୟ ସମ୍ଭାବନା ରହିଛି।

Related Posts

About The Author

Add Comment