ଜାରକା ୭/୯ (ସନ୍ଧାନ ନିୟୁଜ) ଓଡିଶା ମଠ ମନ୍ଦିର ସୁଷୟା ପରିଷଦ ଯାଜପୁର ଜିଲ୍ଲା ଶାଖା ତରଫରୁ ଜାରକା ସ୍ଥିତ ଗୋକର୍ନେଶ୍ୱର ମନ୍ଦିର ପ୍ରଗଣାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି । ପୁରୀ ଠାରେ ସରକାର ଙ୍କ ଦ୍ୱାରା ସୁରକ୍ଷା ଆଳରେ ବହୁ ପୁରାତନ ମଠ ଓ ମନ୍ଦିର ଗୁଡିକୁ ଅତି ବିର୍ବରୋଚିତ ଭାବେ ଭଙ୍ଗା ଯାଉଥିବାର ବିରୋଧ ରେ ଅନୁଷ୍ଠିତ ହୋଇ ଥିଲା । ଏହି ସଭାରେ ଶ୍ରୀଯୁକ୍ତ ଦୁର୍ଗା ପ୍ରସନ ଦାସ ସଭାପତିତ୍ୱ କରିଥିଲେ ଓ ଶ୍ରମିକ ନେତା ନୁର୍ସିଙ୍ଗ ଚରଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ହିନ୍ଦୁ ସ୍ୱରାଜ ସେନା ର ରାଜ୍ୟ ସଭାପତି ଧୀରେନ୍ଦ୍ର ନାୟକ ମୁଖ୍ୟ ବକ୍ତା ଓ ସେନା ର ରାଜ୍ୟ ସମ୍ପାଦକ ନାରାୟଣ ରଥ ଯୋଗ ଦେଇଥିଲେ ମଠ ମହନ୍ତ ମାନଙ୍କ ବିନା ସହମତି ରେ ବଳ ପୂର୍ବକ ଭାବେ ହଜାର ହଜାର ବର୍ଷ ର ପୁରୁଣା ମଠ ମନ୍ଦିର କୁ ଧ୍ୱସଂ କରାଯିବାର ଘୋର ବିରୋଧ କରାଯାଇ ଥିଲା । ହିନ୍ଦୁ ସଂସ୍କୃତି କୁ ବିନାଶ କରିବାକୁ ସରକାର କର ଏହି ପଦକ୍ଷେପ କୁ ବିରୋଧ କରିଥିଲେ ଓ ତୁରନ୍ତ ବନ୍ଦ ନକଲେ ହଜାର ହଜାର ମହନ୍ତ ସାଧୁ ସନ୍ଥ ଓ ସାଧାରଣ ଲୋକ ରାଜ ରାସ୍ତା କୁ ଓଲାଇବାକୁ ବାଧ୍ୟ ହେବେ ବୋଲି ସଂଗଠନ ତରଫରୁ ସରକାର କୁ ଚେତାବନୀ ଦିଆଯାଇ ଥିଲା । ସୁରକ୍ଷା ପାଇଁ ମାତ୍ର 50 ପୁଟ ଜମି ଅଧିଗହରଣ କରିବାକୁ ସରକାର କୁ ପରାମର୍ଶ ଦିଅ ଯାଇଥିଲା ।
ପୁରୀ ଠାରେ ମଠ ମନ୍ଦିର ଭଙ୍ଗାର ପ୍ରତିବାଦ ସଭା
|
September 7, 2019 |
