ପୁରୀ, (ସନ୍ଧାନ ନିୟୁଜ) ଶଙ୍ଖକ୍ଷେତ୍ର ପୁରୀ ଜିଲ୍ଲାରେ ଫନି ଘରଭଙ୍ଗା ସହାୟତାରେ ଏପଟ ସେପଟ ହୋଇଛି ବୋଲି ଲୋକଙ୍କ ମତ । ବାତ୍ୟାର ୬ ମାସ ବିତିବାକୁ ବସିଥିଲେ ମଧ୍ୟ ଜିଲ୍ଲାର ଯୋଗ୍ୟ ଓ ଗରିବ ହିତାଧିକାରୀ ଘରଭଙ୍ଗା ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଦଳୀୟ ଭିତିରେ ଘରଭଙ୍ଗା ସହାୟତା ଦିଆଯାଇଥିବା ବିଜେପି ଅଭିଯୋଗ ଆଣିଛି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡ଼ଃ ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳି ଆଜି ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି। ଘରଭଙ୍ଗା ସହାୟତାରୁ ବାଦ ପଡ଼ିଥିବା ଯୋଗ୍ୟ ଓ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରି ଖୁବଶୀଘ୍ର ଘରଭଙ୍ଗା ସହାୟତା ପ୍ରଦାନ, ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ, ନୂତନ ଆବେଦନକୁ ଗ୍ରହଣ କରିବାକୁ ଦାବି କରିଛି ବିଜେପି।ଜିଲ୍ଲାରେ ୩.୫ ଲକ୍ଷ ଲୋକଙ୍କ ମଧ୍ୟରୁ ୨.୭୫ ଲକ୍ଷ ଲୋକଙ୍କୁ ଘରଭଙ୍ଗା ଆର୍ଥିକ ସହାୟତା ପ୍ରଦାନ କରାଯାଇସାରିଛି। ମାତ୍ର ସମସ୍ତେ ୯୫ ହଜାର ଟଙ୍କା ପାଇଁ ଦାବୀ କରି ପୁନଃ ଆବେଦନ କରିଛନ୍ତି। ବାତ୍ୟା ପରେ ଲୋକ ଗଦା ଗଦା ପୁରୀ ତହସିଲ ଅଫିସ ଆସି ନିରାଶା ହୋଇ ଫେରନ୍ତି l ଅନିୟମିତତା କରିଥିବା ଜିଆରଏସ, ଆରଆଇ ଓ ମଧ୍ୟସ୍ଥିଙ୍କ ବିରୁଦ୍ଧରେ ତଦନ୍ତ କରି ଗିରଫ କରାଯିବ। ତେବେ ସମସ୍ତ ଯୋଗ୍ୟ ଓ ଗରିବ ଲୋକେ ଘରଭଙ୍ଗା ସହାୟତା ପାଇବେ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।
Report- L Singh