ପୁରୀ ଛାଡ଼ିବାକୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ଓ ବସ୍ ବ୍ୟବସ୍ଥା

Spread the love

ପୁରୀ,୨/୫ (ସନ୍ଧାନ ନିୟୁଜ)ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫୋନି’ ଅତି ଭୟଙ୍କର ରୂପ ଧାରଣ କରି ଓଡ଼ିଶାର ନିକଟତର ହେବାରେ ଲାଗିଛି। ପୁରୀଠାରୁ ଏହା ୫୧୦ କିଲୋମିଟର ଦୂରରେ ରହିଛି। ଆସନ୍ତାକାଲି ଅପରାହ୍ଣ ୫ଟାରେ ଏହା ପୁରୀ ପାଖାପାଖି କୌଣସି ଏକ ସ୍ଥାନରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

‘ଫୋନି’ର ମୁକାବିଲା କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରଯାଇଛି। ଏହିକ୍ରମରେ ପଶ୍ଚମବଙ୍ଗରୁ ପୁରୀ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ପର୍ଯ୍ୟଟକମାନଙ୍କୁ ପୁରୀ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବସ୍ ଓ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି।କୋଲକାତାରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ୫ଟି ଓଏସ୍‌ଆର୍‌ଟିସି ବସ୍‌ର ବ୍ୟବସ୍ଥା କରାଯାଇଛି। ଏଥିରେ ପର୍ଯ୍ୟଟକମାନେ ଜଣଙ୍କ ପିଛା ୬୫୦ ଟଙ୍କାରେ ଟିକେଟ୍ କରି କୋଲକାତା ଫେରିପାରିବେ। ପ୍ରଥମ ବସ୍ ଆଜି ସକାଳ ୧୦ଟାରେ ଛାଡ଼ିବ।

ଏହା ସହିତ ପୁରୀରୁ କୋଲକାତାର ସାଲିମାର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଆଜି ମଧ୍ୟାହ୍ନ ୧୨ଟାରେ ଏହା ପୁରୀ ଛାଡ଼ିବ। ଅପରାହ୍ଣ ସାଢ଼େ ଗୋଟାଏରେ ଏହା ଭୁବନେଶ୍ୱରରେ ପହଞ୍ଚିବ। ଏହା ଭୁବନେଶ୍ୱର ସହିତ ଖୋର୍ଦ୍ଧା ରୋଡ୍‌, କଟକ, ଯାଜପୁର ଓ କେନ୍ଦୁଝର ରୋଡ୍ ଓ ଭଦ୍ରକରେ ମଧ୍ୟ ରହିବ। ତା’ସହିତ ଏହା ବାଲେଶ୍ୱର ଓ ଖଡ଼ଗପୁରରେ ବି ଏହା ରହିବ।

ତେବେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ କ’ଣ ବ୍ୟବସ୍ଥା ହୋଇଛି, ତାହା ସ୍ପଷ୍ଟ ହୋଇପାରିନି। ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଭୁବନେଶ୍ୱର ପଳାଇବାକୁ କୁହାଯାଇପାରେ ବୋଲି ଜଣାପଡ଼ୁଛି।

Related Posts

About The Author

Add Comment