ପୁରୀ, ୦୩/୧୨/୨୦୨୧ (ସନ୍ଧାନ ନିଉଜ) : ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ରବିବାର ସାପ୍ତାହିକ ଛୁଟିକୁ ମଧ୍ୟ ବାତିଲ କରିଛନ୍ତି ରାଜ୍ୟ ସରକାର। ନିଜ ନିଜ ହେଡକ୍ୱାର୍ଟରରେ ରହିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ୫ତାରିଖ ମଧ୍ୟାହ୍ନରେ ପୁରୀ ଜିଲ୍ଲା ଓ ଏହାର ଆଖପାଖ ଅଂଚଳ ଅତିକ୍ରମ କରିବ। ୫ ତାରିଖ ମଧ୍ୟାହ୍ନରେ ପୁରୀରେ ସ୍ଥଳଭାଗ ଛୁଇଁବ। ପବନର ବେଗ ୮୦ରୁ ୯୦ କିମି ରହିବ। ଝଟକା ପବନର ବେଗ ୧୦୦ ରୁ ୧୧୦ କିମି ରହିବ। ସାମ୍ବାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବକୁ ବନ୍ଦ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପର୍ଯ୍ୟଟନ ବିଭାଗ। ସୂଚନାଯୋଗ୍ୟଯେ, ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିଲା କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଏହା ୫ ଦିନ ଧରି ଚାଲିଥାନ୍ତା। ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଉତ୍ସବର ତୃତୀୟ ଦିନରେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।