ପୁରୀରେ ମୋବାଇଲ ଲୁଟେରାଙ୍କ ଆତଙ୍କ: ଶେଷରେ ଧରିଲା ପୋଲିସ

Spread the love

ପୁରୀ, ୧୮/୦୧/୨୦୧୨ (ସନ୍ଧାନ ନିଉଜ) ପୁରୀରେ ଆତଙ୍କ ସୃଷ୍ଟି କରିଥିବା ମୋବାଇଲ ଲୁଟେରା ଗ୍ୟାଙ୍ଗ ଶେଷରେ ପୋଲିସ କବଜା ରେ। ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ। ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଏମାନଙ୍କ ଠାରୁ ୨୫ଟି ଦାମି ମୋବାଇଲ, ଗୋଟିଏ ସ୍କୁଟି ଓ ବାଇକ ଜବତ କରିଛି। ଅଭିଯୁକ୍ତ ମାନେ ହେଲେ ମାର୍କଣ୍ଡେଶ୍ୱର ସାହିର ଶୁଭମ ସାହୁ, ଦାମୋଦର ତ୍ରିପାଠୀ, ରୋହନ କୁମାର ଦଳାଇ, ଆର୍ୟ୍ୟନ୍ କୁମାର ପଲ୍ଲେଇ ଓ ମହାବୀର ବେହେରା। ଅଭିଯୋଗ ଅନୁଯାୟୀ ଗତ ୧୧ ତାରିଖରେ ଅଙ୍କିତ ମିଶ୍ର ନାମକ ଜଣେ ଯୁବକ ଟ୍ୟୁସନ୍ ରୁ ଫେରୁଥିବା ସମୟରେ ତିନିଜଣ ଲୁଟେରା ତାଙ୍କ ହାତରୁ ମୋବାଇଲ ଝାମ୍ପି ନେଇଥିଲେ‌। ସେହିପରି ଗତକାଲି ଏସିଏସ କଲେଜ ପାଖରେ ଅଜୟ ରାଣାସିଙ୍ଗ ଠାରୁ ମଧ୍ୟ ଦୁଇଜଣ ଅଭିଯୁକ୍ତ ମୋବାଇଲ ଲୁଟି ନେଇଥିଲେ।ଏନେଇ ଅଙ୍କିତ ଓ ଅଜୟ ରାଣାସିଙ୍ଗ ଉଭୟେ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ୫ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି କହିଛନ୍ତି।

Related Posts

About The Author

Add Comment