ପୁରୀ, ୨୫/୦୧/୨୦୧୨ (ସନ୍ଧାନ ନିଉଜ) ପୁରୀରେ ପୁଣି ଏକ ୨ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ମୁତାବକ ପଡୋଶୀ ଘର ଯୁବକ ଏହି କାଣ୍ଡ ଘଟାଇଛି। ଥାନାରେ ଅଭିଯୋଗ ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଶୁଭାଶିଷ ତ୍ରିପାଠୀ ବୋଲି ଜଣା ପଡିଛି । ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।
ରବିବାର ଦିନ ଓଡିଶାର ପୁରୀ ସହରରେ ଜଣେ ୫ ବର୍ଷର ବାଳିକାକୁ ବଳାତ୍କାର କରିଥିଲା ପଡୋଶୀ ଯୁବକ। ଗୁରୁତ୍ତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରବିବାର ଦିନ ଛାତ ଉପରେ ନାବାଳିକାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅପରାଧ କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲା।
ତେବେ ଯେତେବେଳେ ଝିଅଟି ତାଙ୍କ ଘର ନିକଟରେ ଖେଳୁଥିଲା, ଅଭିଯୁକ୍ତ ପୀଡିତାଙ୍କ ପରିବାରର ଜଣେ ପରିଚିତ ବ୍ୟକ୍ତି ତାଙ୍କୁ ଛାତ ଉପରକୁ ନେଇ ବଳାତ୍କାର କରିଥିଲା। ଝିଅଟି କାନ୍ଦୁଥିବା ବେଳେ ତାଙ୍କ ମା ଛାତ ଉପରକୁ ଯିବାରୁ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଗତ ତିନିଦିନ ଦିନ ଭିତରେ ପୁରୀରେ ତିନି ତିନୋଟି ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା କହିଛନ୍ତି।