ପୁରଷ ବିଶ୍ୱକପ ହକି ମ୍ୟାଚରେ ବେଲଜିୟମ୍ ହେଲା ବିଶ୍ୱ ବିଜେତା

Spread the love

ଭୁବନେଶ୍ୱର,୧୭/୧୨ (ସନ୍ଧାନ ନିୟୁଜ):  କଳିଙ୍ଗ ଷ୍ଟାଡିୟରେ ହକି ବିଶ୍ୱ କପ ମ୍ୟାଚରେ ଆଜି କଳିଙ୍ଗ ହକି ଗ୍ରାଉଣ୍ଡରେ ପ୍ରଥମ ଥର ବେଲଜିୟମ ବିଶ୍ୱ ବିଜେତା ହୋଇ ଇତିହାସ ରଚନାକରିଛି। ବେଲଜିୟମ ଫାଇନାଲ ମ୍ୟାଚରେ ନେଦରଲ୍ୟାଣ୍ଡସ୍କୁ ପେନାଲଟି ସୁଟ୍ଆଉଟ୍ରେ ୩-୨ ଗୋଲରେ ପରାସ୍ତ କରି ବିଜେତା ହୋଇଛନ୍ତି।ପ୍ରଥମ ଥର ଚାମ୍ପିଅନ ହୋଇ ଇତିହାସ ରଚିଥିବା ବେଲଜିୟମ୍‌ପାଇଁ କଳିଙ୍ଗ ହକି ଗ୍ରାଉଣ୍ଡ ସ୍ମରଣୀୟ ରହିବ। ସେହିପରି ବିଶ୍ୱକପ୍‌ର ରୌପ୍ୟ ପଦକ ବିଜେତା ନେଦରଲାଣ୍ଡସ୍‌ମଧ୍ୟ ଭୁବନେଶ୍ୱରର ଅନୁଭୂତି ଭୁଲି ପାରିବ ନାହିଁ।ଆଜି ମ୍ୟାଚ୍‌ର ବହୁପୂର୍ବରୁ ଆୟୋଜକ ଦେଶ ଭାରତ ବିଦାୟ ନେଇଯାଇଥିବାରୁ ମାହୋଲ ମାନ୍ଦା ରହିବ ବୋଲି ଆଶା କରାଯାଉଥିଲେ ହେଁ କ୍ରିକେଟ୍‌କିମ୍ବଦନ୍ତୀ ସଚିନ୍‌ତେନ୍ଦୁଲକର ଏହାକୁ କିଛି ମାତ୍ରାରେ ସମ୍ଭାଳି ପାରିଥିଲେ। ପ୍ରଥମଥରପାଇଁ ହକି ଷ୍ଟାଡିୟମ୍‌ରେ ମଧ୍ୟ ‘ସଚିନ୍‌ସଚିନ୍‌’ର ନାରା ଶୁଭୁଥିଲା। କଳିଙ୍ଗ ଷ୍ଟାଡିୟମ୍‌ର ପରିବେଶକୁ ଦେଖି ସଚିନ ବହୁତ ଖୁସି ଅନୁଭବ କରିଥିଲେ। ଅପରପକ୍ଷେ ଦର୍ଶକମାନେ ମଧ୍ୟ ସଚିନଙ୍କୁ ଦେଖି ଉତ୍ସାହିତ ଅନୁଭବ କରିଥିଲେ। ଦର୍ଶକମାନଙ୍କ ସଚିନ…ସଚିନ ଶ୍ଲୋଗାନରେ କଳିଙ୍ଗ ହକି ଗ୍ରାଉଣ୍ଡ ଉଛୁଳି ପଡ଼ିଥିଲା।

ଓଡିଆ ପୁଅ

Related Posts

About The Author

Add Comment