ପୁଣେ ୭/୬ (ସନ୍ଧାନ ନିୟୁଜ୍)- ପୁଣେର ଏକ ରାସାୟନିକ କାରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରାଯାଉଛି। ଯେଉଁ କାରଖାନାରେ ନିଆଁ ଲାଗିଥିଲା, ସେଥିରେ ସାନିଟାଇଜର ପ୍ରସ୍ତୁତ ହେଉଥିବା କଥା କୁହାଯାଉଛି। ଅଧିକାଂଶ ମହିଳା ଏହି କାରଖାନାରେ କାମ କରୁଥିଲେ। ଏହି ଅଗ୍ନିକାଣ୍ଡରେ ୧୫ ଜଣ ମହିଳା ଏବଂ ୨ ପୁରୁଷ କାରଖାନାରୁ ବାହାରକୁ ଆସି ପାରି ନ ଥିବାରୁ ଏହି ଅଗ୍ନିକାଣ୍ଡରେ ମୋଟ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତଦେହ ବାହାର କରାଯାଇଛି। ଆଉ ୬ ଜଣ ନିଖୋଜ ଅଛନ୍ତି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି। ଘଟଣାସ୍ଥଳରେ ୮ ଟି ଅଗ୍ନିଶମ ଟେଣ୍ଡର ଉପସ୍ଥିତ ଅଛି। ନିଖୋଜ ଲୋକଙ୍କ ପାଇଁ ସନ୍ଧାନ ଚାଲିଛି।
୨ ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି
ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କେନ୍ଦ୍ର ଘୋଷଣା କରିଛି। ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।



