ବାରିପଦା, ୧୪.୦୭.୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମିତଙ୍କ ସମେତ କୋରାନ ଯୋଦ୍ଧାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଡାକ୍ତରଖାନାରେ ଲଗାତାର ଭାବେ କାର୍ୟ୍ୟରତ ଡାକ୍ତରଙ୍କ ସମେତ ସ୍ବାସ୍ଥ୍ୟ କର୍ମଚାରୀମାନେ କୋରାନ ସଂକ୍ରମିତ ହେଉଥିବା ଖବର ଜିଲ୍ଲାବାସୀଙ୍କ ପାଇଁ ଭୟ ଓ ଆଶଙ୍କା ସୃଷ୍ଟି କରିଛି । ପ୍ରଶାସନ ପାଇଁ ମଧ୍ୟ ଏହା ଚିନ୍ତାର କାରଣ ପାଲଟିଛି । ଶନିବାର ଜିଲ୍ଲାରେ ପୁଣି ୧୦ କୋରାନ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୬ରେ ପହଞ୍ଚିଛି ।
ଚିହ୍ନଟ ହୋଇଥିବା ନୂଆ ୧୦ ଆକ୍ରାନ୍ତଙ୍କ ମଧ୍ୟରେ ମାତ୍ର ୨ଜଣ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର( ଟିଏମସି) ସଙ୍ଗରୋଧ ଗୃହରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ସଂକ୍ରମିତ ପୁଣି ଆଉ ୪ ଜଣ କୋରାନ ଯୋଦ୍ଧା ବୋଲି ଜଣାପଡିଛି । ବ୍ଲକଓ୍ବାରୀ ଚିହ୍ନଟ ହୋଇଥିବା କୋରାନ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ଯାମଦା ବ୍ଲକ ଅଞ୍ଚଳର ହୋଇଥିଲା ବେଳେ ବିଶେଷ ଏବଂ ବିଜାତଳା ବ୍ଲକ ୨ ଜଣ ଲେଖାଏଁ ଏଥି ସହିତ କପ୍ତିପଦା ବ୍ଲକ ଏବଂ ବେତନଟୀ ବ୍ଲକରୁ ୨ ଜଣ ଲେଖାଏଁ ବୋଲି ଜଣାପଡିଛି । ତେବେ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୨ ପ୍ରବାସୀଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକର ଫେରନ୍ତା ଏବଂ ଜଣେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି । ସେପଟେ ୪ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ୩ ଜଣ ଯାମଦା ବ୍ଲକ ରେ ହୋଇଥିବା ବେଳେ ଭୁବନେଶ୍ୱର ଚିହ୍ନଟ ହୋଇଥିବା ଅନ୍ୟ ସଂକ୍ରମିତ ଜଣଙ୍କ ବେତନଟୀ ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି । ସେପଟେ ୪କୋରନା ଯୋଦ୍ଧାଙ୍କ ମଧ୍ୟରେ ଜଣେ ଯାମଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ବିଶୋଇ ବ୍ଲକର ରାଧାନଗର ଗାଁରୁ ଜଣେ ଅଙ୍ଗନଓ୍ବାଡି କର୍ମୀ ଏବଂ ଜଣେ ଆଶାକର୍ମୀ ଚିହ୍ନଟ ହୋଇଥିବା ବେଳେ କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଜଣେ ୩୩ ବର୍ଷୀୟ ଫାର୍ମାସିଷ୍ଟକ ସ୍ବାବ ରିପୋର୍ଟ ପଜିଟିଭ ଆସିଛି ।
ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରୁ ଲଗାତର ଭାବେ କୋଭିଡ ଯୋଦ୍ଧା ପଜିଟିଭ ବାହାରୁଥିବାରୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ଡରୁଛନ୍ତି। ତେବେ ଶନିବାର ଚିହ୍ନଟ ହୋଇଥିବା ୧୦ଜଣଙ୍କ ମଧ୍ୟରୁ ଜଣେ ବେତନଟୀ ଅଞ୍ଚଳର ବାସିନ୍ଦା ଭୁବନେଶ୍ୱରରେ ଚିହ୍ନଟ ହୋଇଥିବାରୁ ତାଙ୍କୁ ଭୁବନେଶ୍ବରରେ ଚିକିତ୍ସା କରାଯାଉଛି । ବାକି ୯ ଜଣଙ୍କୁ ଚିକିତ୍ସା ନିମନ୍ତେ ବାଙ୍କିଶୋଳ ସ୍ଥିତ କିସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ୪ ଜଣ ସ୍ଥାନୀୟ ସଂକ୍ରମିତ ଏବଂ ୪ ଜଣ କୋରାନା ଯୋଦ୍ଧାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବା ବେଳେ ଦିନକୁ ଦିନ ସାରା ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଯୋଗୁଁ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି ।
ପୁଣି ୧୦ ପଜିଟିଭ: ବୃଦ୍ଧି ପାଉଛି କରୋନା ଯୋଦ୍ଧା ଓ ସ୍ଥାନୀୟ ସଂକ୍ରମିତ ସଂଖ୍ୟା
|
July 14, 2020 |
