ପୁଣି ଶିଶୁ ବିକ୍ରି ଆରମ୍ଭ: ଦାରିଦ୍ର ର ତାଡ଼ନରେ ସ୍ୱାମୀର ଜାମିନୀ ପାଇଁ ୫୦ହଜାର ଟଙ୍କାରେ ନିଜର ପୁତ୍ରକୁ ବିକ୍ରି କଲା ମା

Spread the love

ଟିଟିଲାଗଡ଼ ୩୧/୫ (ସନ୍ଧାନ ନିୟୁଜ) ୫୦ ହଜାର ଟଙ୍କା ପାଇଁ ନିଜ ଜନ୍ମ କରିଥିବା ୩ ବର୍ଷ ର କୋଳ ଶିଶୁପୁତ୍ର କୁ ଅନ୍ୟ ହାତରେ ଟେକି ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟରେ ପରିଣତ ହୋଇଛି। ବିଗତ ଦିନରେ ଏକ ମୋବାଇଲ ଚୋରି ଘଟଣା କୁ କେନ୍ଦ୍ର କରି ପୋଲିସ ମାଡରେ ଗୁରୁତର ହୋଇ ଟିଟିଲାଗଡ଼ ହାଟପଦା ପଡ଼ା ର ଏକ ମୋବାଇଲ ଦୋକାନ କରିଥିବା ବସନ୍ତ ପ୍ରଧାନ(୩୭)ନାମକ ଜଣେ ଯୁବକ ଙ୍କ ଟିଟିଲାଗଡ଼ ଡାକ୍ତର ଖାନାରେ ଶୋଚନୀୟ ମୃତ୍ୟୁ ଘଟିଥିଲା। ଏହି ମୃତ୍ୟୁ କୁ କେନ୍ଦ୍ର କରି ଜନ ଅସନ୍ତୋଷ ସୃଷ୍ଟି ହେବା ସହ ଟିଟିଲାଗଡ଼ ଥାନା ଘେରାଉ ଓ ପୋଡାଜଳା ଘଟଣା ଘଟିଥିଲା। ଏହି ଘଟଣାରେ ହାତପଦ। ପଡ଼ାର ପ୍ରାୟ ୬୦ ଜଣ ଉଭୟ ମହିଳା ଓ ପୁରୁଷ ଙ୍କ ନାଁ ରେ ପୋଲିସ ମାମଲା ଦାୟର ସହ କୋର୍ଟ ଚାଲାଣ କରିଥିଲା। ଅନେକ ଫେରାର ଥିବାରୁ ୱାରେଣ୍ଟ ବଳ ରେ ଗିରଫ ଓ କୋର୍ଟ ଚାଲାଣ କରାଯାଉଥିବା ବେଳେ ଗତ କିଛି ଦିନ ତଳେ ସ୍ଥାନୀୟ ହାଟପଦ। ଅଂଚଳର ରଘୁନାଥ ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତାଙ୍କୁ ଜାମିନ ରେ ମୁକୁଳାଇବା ନିମନ୍ତେ ତାଙ୍କ ସ୍ତ୍ରୀ କେତକୀ ବେହେରା ଙ୍କୁ ଓକିଲଙ୍କ ଫିସ ଦେବା ପାଇଁ ୫୦ ହଜାର ଟଙ୍କା ଆବଶ୍ୟକ ହୋଇଥିଲା। ଜଣେ ମାତ୍ର ରୋଜଗାର କ୍ଷମ ସ୍ୱାମୀ ଜେଲ ରେ ରହିଯିବା ଓ କେହି ସାହା ଭରସା ନ ଥିବା ବେଳେ ବାଧ୍ୟ ହୋଇ କେତକୀ ତାଙ୍କର ଏକମାତ୍ର ତିନି ବର୍ଷର ଶିଶୁପୁତ୍ର କୁ ୫୦ହଜାର ଟଙ୍କାରେ ବିକ୍ରମ ମହାନ୍ତି ନାମକ ଜଣେ ବ୍ୟକ୍ତି ଙ୍କୁ ବିକ୍ରି କରିବା ଚର୍ଚ୍ଚା ହେଉଛି। କେତକୀ ଙ୍କ ସ୍ୱାମୀ ଏବେ ଜେଲରୁ ଜାମିନ ରେ ଆସିଥିବା ବେଳେ ଏ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି।

Related Posts

About The Author

Add Comment