ରାଇରଙ୍ଗପୁର, ୦୩.୦୨.୨୦୨୧ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ପୁଣି ଲୁଟେରାଙ୍କ ଆତଙ୍କ। କଳା ପଲସର ଆସି ଝାମ୍ପି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ବ୍ୟାଗ। ସନ୍ଧ୍ୟା ସମୟରେ ଗହଣା ବ୍ୟବସାୟୀଙ୍କ ହାତରୁ ଝାମ୍ପି ନେଲେ ଗହଣା ବ୍ୟାଗ। ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ନିକଟ ସାପ୍ତାହିକ ହାଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଗୋରୁମହିଷାଣିରେ ମଙ୍ଗଳବାର ସାପ୍ତାହିକ ହାଟ ଥିଲା। ସନ୍ଧ୍ୟାରେ ସ୍ଥାନୀୟ ଗହଣା ବ୍ୟବସାୟୀ ଅମ୍ବ୍ରିତ ରଣା ନିଜ ଦୋକାନ ବନ୍ଦ କରି ଘରକୁ ଫେରିବା ରାସ୍ତାରେ ହଠାତ୍ ଦୁଇଜଣ ଦୁର୍ବୃତ୍ତ ଏକ କଳା ପଲସର ଆସି ହାତରୁ ବ୍ୟାଗ ଝାମ୍ପି ନେଇ ରାଇରଙ୍ଗପୁର ଆଡକୁ ଦ୍ରୁତଗତିରେ ଚାଲିଯାଇଥିଲେ। ଗୋରୁମହିଷାଣି-ରାଇରଙ୍ଗପୁର ରାସ୍ତା ବଡ଼ଗାଁ ନିକଟରେ ଲୋକ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଧକ୍କା ଦେଇ ଖସିଯିବାକୁ ସକ୍ଷମ ହୋଇଥିଲେ। ବାରମ୍ବାର ଏଭଳି ଘଟଣା ଘଟୁଛି ହେଲେ ପୋଲିସ କୌଣସି ସ୍ଥାୟୀ ସମାଧାନ କରିନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ।
ପୁଣି ଲୁଟେରାଙ୍କ ଆତଙ୍କ
|
February 3, 2021 |



