ବାରିପଦା,, 09.02.2021 (ସନ୍ଧାନ ନିଉଜ୍) :- ପୃଥିବୀ ଉପରେ ସବୁ ବେଳେ ବିଶାଳ ଉଲ୍କା ପିଣ୍ଡ ପିଟି ହେବାର ଆଶଙ୍କା ଲାଗିରହିଛି। ଏନେଇ ବିଭିନ୍ନ ସମୟରେ ବୈଜ୍ଞାନିମାନେ ସୂଚନା ଦେଇଛନ୍ତି। ପୁଣି ଥରେ ବୈଜ୍ଞାନିକମାନେ ଏମିତି ଏକ ବିପଦକୁ ନେଇ ଚେତେଇ ଦେଇଛନ୍ତି। ପୃଥିବୀ ପ୍ରତି ଉଲ୍କା ପିଣ୍ଡକୁ ନେଇ କଣ ବିପଦ ରହିଛି ସେନେଇ ବୈଜ୍ଞାନିକ କହିଛନ୍ତି । ୨୦୨୧ରେ ପୁଣି ଥରେ ଉଲ୍କା ପିଣ୍ଡ ପୃଥିବୀ ପ୍ରତି ବିପଦ ସୃଷ୍ଟି କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । କିଛି ଦିନ ପରେ ବିଶାଳକାୟ ଉଲ୍କା ପିଣ୍ଡ ପୃଥିବୀ ପାଖ ଦେଇ ଗତି କରିବାର ଅଛି। ଯଦିଓ ପୃଥିବୀ ନିକଟତର ହୋଇ ଉଲ୍କା ଗତି କରିବ କିଛି ନୂଆ କଥା ନୁହେଁ ତଥାପି ମାର୍ଚ୍ଚ ୨୧ରେ ଯେଉଁ ଉଲ୍କା ପିଣ୍ଡ ପୃଥିବୀ ପାଖାପାଖି ଗତି କରିବ ତାହା ଉପରେ ବୈଜ୍ଞାନିକଙ୍କ ନଜର ରହିବ । ଏହି ଉଲ୍କା ପିଣ୍ଡର ନାଁ ୨୩୧୯୩୭ (୨୦୦୧ ଏଫଓ ୩୨)। ଯାହାକି ଚଳିତ ବର୍ଷ ଅର୍ଥାତ ୨୦୨୧ର ସବୁଠୁ ବଡ଼ ଉଲ୍କା ବୋଲି କୁହାଯାଉଛି। ଆମେରିକା ଅନ୍ତରିକ୍ଷ ଏଜେନ୍ସି (ନାସା) ମୁତାବିକ ଏହି ଉଲ୍କାର ପ୍ରସ୍ତ ପାଖାପାଖି ୧୦୨୪ ମିଟର। ଏହା ଦ୍ବାରା ପୃଥିବୀ ପ୍ରତି ସେମିତି ଖାସ ବିପଦ ନଥିବା ବେଳେ ଏହାକୁ ବିପଦପୂର୍ଣ୍ଣ ଉଲ୍କା ପିଣ୍ଡ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି। ସମିଳିଥିବା ସୂଚନା ଅନୁସାରେ, ଏହି ଉଲ୍କା ପିଣ୍ଡ ଅନ୍ୟ ଏକ ସୌରମଣ୍ଡଳରୁ ୩୪.୪ କିମି ବେଗରେ ଗତି କରୁଛି। ନାସାର ବୈଜ୍ଞାନିକଙ୍କ ଅନୁସାରେ ବିଶାଳକାୟ ଉଲ୍କା ୨୧ ମାର୍ଚ୍ଚରେ ପୃଥିବୀରୁ ୫.୩ ଲୁନାର ଡିଷ୍ଟାନ୍ସ ଅର୍ଥାତ ୨୦ ଲକ୍ଷ କିଲୋମିଟର ଦୂରରୁ ଅତିକ୍ରମ କରିବ। ଏବେ ସୁଦ୍ଧା କରାଯାଇଥିବା ଆକଳନ ଅନୁସାରେ ଏହା ଦ୍ବାରା ପୃଥିବୀରେ ଖାସ ପ୍ରଭାବ ପଡ଼ିନପାରେ। କିନ୍ତୁ ଭବିଷ୍ୟତରେ ବିଶାଳ ଉଲ୍କା ପିଣ୍ଡ ଦ୍ବାରା ପୃଥିବୀ ପ୍ରତି ବିପଦ ରହିଛି ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଯଦି ଆପଣ ଏହି ଉଲ୍କା ପିଣ୍ଡକୁ ଦେଖିବାକୁ ଚାହୁଁଛନ୍ତି ତେବେ ଏକ ବଡ଼ ଡାୟାମିଟର ବିଶିଷ୍ଟ ଟେଲିସ୍କୋପ୍ର ଦରକାର ପଡ଼ିବ। ଏହା ସାହାଯ୍ୟର ମାର୍ଚ୍ଚ ୨୧ ସକାଳ ୮ରୁ ୮.୩୦ ମଧ୍ୟରେ ଏହାକୁ ଦେଖିପାରିବେ। ୨୦୦୧ ଏଫଓ୩୨ ନାମକ ଏହି ଉଲ୍କା ପିଣ୍ଡକୁ ୨୩ ମାର୍ଚ୍ଚ ୨୦୦୧ରେ ବୈଜ୍ଞାନିକ ଖୋଜି ପାଇଥିଲେ ।
ପୁଣି ଥରେ ଉଲ୍କା ପିଣ୍ଡକୁ ନେଇ ବିପଦ
|
February 9, 2021 |