ପୁଣି ଥରେ ଆତଙ୍କବାଦକୁ ସମର୍ଥନ କଲା ପାକ୍‌, କ୍ୟୁରେସି କହିଲେ ପୁଲଓ୍ଵାମା ଆକ୍ରମଣରେ ଜୈସ୍‌-ଏ-ମହମ୍ମଦର କୌଣସି ହାତ ନାହିଁ

Spread the love

ନୂଆଦିଲ୍ଲୀ ,୨/୩ (ସନ୍ଧାନ ନିଉଜ) : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମୁହମ୍ମୁଦ୍‌ କ୍ୟୁରେସି ପୁଣି ଥରେ ଆତଙ୍କବାଦକୁ ସମର୍ଥନ କରି ନିଜ ବୟାନ ରଖିଛନ୍ତି । ପୁଲଓ୍ଵାମା ଆକ୍ରମଣରେ ଆତଙ୍କୀ ସଂଗଠନ ଜୈସ୍‌-ଏ-ମହମ୍ମଦର କୌଣସି ହାତ ନ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ଶାହା ମୁହମ୍ମୁଦ୍‌ କ୍ୟୁରେସି । ବିବିସିକୁ ସାକ୍ଷାତକାର ଦେଇ, ଦୁଇ ଦେଶ ମଧ୍ୟର ସେ ପର୍ଯ୍ୟନ୍ତ ଅଶାନ୍ତି ଲାଗି ରହିଥିବ ଯେ ପର୍ଯ୍ୟନ୍ତ ପୁଲଓ୍ଵାମା ଆକ୍ରମଣକୁ ନେଇ ପାକ୍‌ କହୁଥିବା କଥାକୁ ଭାରତ ନ ଶୁଣିବ । ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ସେତେବେଳେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ, ଯେତେବେଳେ ଭାରତ ଆମକୁ ଆତଙ୍କବାଦୀମାନେ ହିଁ ପୁଲଓ୍ଵାମାରେ ଆକ୍ରମଣ କରିଥିଲେ ବୋଲି ପ୍ରମାଣ ଦେବ । ଦୁଇ ଦେଶ ପାଖରେ ପରମାଣୁ ଶକ୍ତି ରହିଛି । ଏ ମଧ୍ୟରେ ଯୁଦ୍ଧ କରିବା କ’ଣ ଠିକ୍‌? ଆମେ ବସି ଏ ବିଷୟରେ କଥା ହେବାକୁ ରାଜି ଅଛୁ ବୋଲି କହିଥିଲେ ବୈଦେଶିକ ମନ୍ତ୍ରୀ କ୍ୟୁରେସି । ଏହା ସହ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍‌ କରି ୩୫୦ଅତଙ୍କବାଦୀଙ୍କୁ ନିହତ କରିବା ଖବରକୁ ମଧ୍ୟ କ୍ୟୁରେସି ଗ୍ରହଣ କରି ନଥିବା ଦେଖା ଯାଇଛି।

ସୂଚନା ମୁତାବକ, ଫେବୃଆରି ୧୪ରେ ପୁଲଓ୍ଵାମା ଜିଲ୍ଲାରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିବା ପରେ ଭାରତର ୪୦ଜଣ ଯବାନ ସହିଦ୍‌ ହୋଇଥିଲେ । ଯାହା ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହେବାକୁ ଲାଗିଥିଲା ।

Related Posts

About The Author

Add Comment