ବାରିପଦା, 22.01.2021(ସନ୍ଧାନ ନିଉଜ୍) :– ପୁଣି ତିନିଦିନିଆ ପୋଲିସ ରିମାଣ୍ଡରେ ଯିବ ହିମାଂଶୁ ନନ୍ଦ । ଭୁବନେଶ୍ବର ଏସଡିଜେଏମ କୋର୍ଟଙ୍କ ଅନୁମତି ପାଇବା ପରେ ହିମାଂଶୁକୁ ଆଣିବ ଲକ୍ଷ୍ମୀସାଗର ଥାନା ପୋଲିସ । ପୂର୍ବରୁ ହିମାଂଶୁକୁ ନୟାପଲ୍ଲୀ ପୋଲିସ ରିମାଣ୍ଡରେ ନେଇଥିଲା। ହିମାଂଶୁ ରାଜ୍ୟର ଏକ ବଡ଼ କିଡନୀ ରାକେଟର ଗୋଟିଏ ଅଂଶ ବୋଲି ପୋଲିସ ସନ୍ଦେହ କରୁଛି। ହିମାଂଶୁର ଅଂଶୀଦାର ସବୁ କିଏ । କିଡନୀ ରାକେଟର ଅସଲ ଖିଅ ଏବେବି ସାମ୍ନାକୁ ଆସିନି। ଭୁବନେଶ୍ବରରେ କିଡନୀ ନାଁରେ ହୋଇଥିବା ବ୍ୟାପକ ଠକେଇ କାରବାରର ପୂରା ରହସ୍ୟ ଖୋଲିବାକୁ ବାକି ଅଛି। ହିମାଂଶୁକୁ କେଉଁ ଡାକ୍ତର କିମ୍ବା ହସ୍ପିଟାଲ ସାହାଯ୍ୟ କରିଛନ୍ତି ଏସବୁର ତାଲିକା ପ୍ରସ୍ତୁତ କରୁଛି ପୋଲିସ। ତେଣୁ ଏବେ ହିମାଂଶୁକୁ ପୁଣି ଥରେ ରିମାଣ୍ଡରେ ନେବ । ପୂର୍ବରୁ ନୟାପଲ୍ଲୀ ପୋଲିସ ରିମାଣ୍ଡରେ ନେଇଥିଲା। ଏବେ ଲକ୍ଷ୍ମୀସାଗର ପୋଲିସ ରିମାଣ୍ଡରେ ନେବାକୁ ଭୁବନେଶ୍ବର ଏସଡିଜେଏମ କୋର୍ଟଙ୍କ ଅନୁମତି ପାଇଛି। ବର୍ତ୍ତମାନ ସୁଦ୍ଧା କମିଶନରେଟ ପୋଲିସ ଅଧିନରେ ଚାରିଟି ଥାନାରେ ହିମାଂଶୁ ବିରୁଦ୍ଧରେ ଅଭିଯୋଗ ରହିଛି। କିଡନି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିଲା । ହିମାଂଶୁକୁ ନୟାପଲ୍ଲୀ ଥାନା ପୋଲିସ ତିନିଦିନିଆ ରିମାଣ୍ଡରେ ନେଇ ଅନେକ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓଗାଳିଥିବାରୁ ଏବେ ଆଉ କିଛି ରହସ୍ୟ ଖୋଲିବା ଅପେକ୍ଷାରେ ରହିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଫାଭିଓ ହିମାଂଶୁ ସହିତ ତାର ଦୁଇ ସହଯୋଗୀ ରଞନ ଓ ସଂଜିବଙ୍କୁ ଖୋଜୁଛି ପୋଲିସ। ସେମାନଙ୍କର ଏହି ଠକେଇ କାରବାରରେ କି ସଂପ଼କ୍ତି ରହିଛି । ହିମାଂଶୁ କାର୍ଯ୍ୟ କରୁଥିବା ଘରୋଇ ହସପିଟାଲରେ ମଧ୍ୟ ପୋଲିସ ଖୋଳତାଡ଼ କରିବ। ସେହିପରି ଯେଉଁଠାରେ ସେ ଜାଲ କାଗଜପତ୍ର ତିଆରି କରି ଲୋକଙ୍କୁ ଠକୁଥିଲା ସେହି ଡାକ୍ତରଖାନାକୁ କମିସନରେଟ ପୋଲିସ ପକ୍ଷରୁ ସ୍ପଷ୍ଟୀକରଣ ମଗାଯାଇଛି । ହିମାଂଶୁର ଷ୍ଟୋରରୁ ଜବତ ହୋଇଥିବା ହାର୍ଡଡିସ୍କର ରିପୋର୍ଟ ଲ୍ୟାବରୁ ଫେରିଲା ପରେ ଆହୁରି ବହୁ ତଥ୍ୟ ପୋଲିସ ହାତରେ ଲାଗି ପାରିବ ବୋଲି ଆଶା ରଖିଛି କମିସନରେଟ ପୋଲିସ ।
ପୁଣି ତିନିଦିନିଆ ପୋଲିସ୍ ରିମାଣ୍ଡରେ ଯିବ ହିମାଂଶୁ ନନ୍ଦ
|
January 22, 2021 |
![](https://sandhannews.com/wp-content/uploads/2021/01/ja-4.jpg)