ପୁଣି ଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ପ୍ରସୂତୀ; ଶିଶୁର ମୃତ୍ୟୁ

Spread the love
ତେଲେକୋଇ, ୨୭/୦୧/୨୦୧୨ (ସନ୍ଧାନ ନିଉଜ) ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ମୋବାଇଲ ନେଟୱାର୍କ ନଥିବାରୁ ସଠିକ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ପ୍ରସୂତୀ ଜଣକ ଘରେ ମୃତ ଶିଶୁକୁ ଜନ୍ମ ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତାଳପଦା ମୁଣ୍ଡାସାହିରେ ।

ସୂଚନା ଅନୁସାରେ, ଗାଁରେ ନେଟୱାର୍କ ନଥିବାରୁ ୧୦୨କୁ ସଠିକ ସମୟରେ ଫୋନ କରିପାରିନଥିଲେ । ଏହାସହିତ ସଠିକ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ଯୋଗୁଁ ଅସୁରକ୍ଷିତ ଅବସ୍ଥାରେ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।  ପରେ ପ୍ରସୂତିଙ୍କୁ ଖଟରେ ବୋହି ୪ କିଲୋମିଟର ଆଣିଥିଲେ । ପରେ ଆମ୍ବୁଲାନ୍ସ ପାଖକୁ ଆସିଲା ବେଳକୁ ବାସନ୍ତୀଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ତାଙ୍କ ଶିଶୁର ମୃତ୍ୟୁ ହୋଇସାରିଥିଲା ।

 

Related Posts

About The Author

Add Comment