ପୁଣି ଜଣେ କରୋନା ପଜେଟିଭ ଚିହ୍ନଟ; ରାଜ୍ୟରେ ଆକ୍ରନ୍ତ ସଂଖ୍ୟା ୧୪୯ରେ ପହଞ୍ଚିଲା

Spread the love

ଭୁୁବନେଶର, ୦୧/୦୫ (ସନ୍ଧାନ ନିଉଜ) ରାଜ୍ୟରେ ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ଆକ୍ରାନ୍ତ ଯାଜପୁର ଜିଲ୍ଲା ବାସୁଦେବପୁର ଅଞ୍ଚଳର ଜଣେ ୩୫ ବର୍ଷୀୟ ଯୁବତୀ ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୯ରେ ପହଞ୍ଚିଛି। ସେଥିରୁ ୫୫ ଜଣ ସୁସ୍ଥ ହୋଇଥିବା ବେଳେ ୯୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି। କରୋନା ଭୂତାଣୁ ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ବାଲେଶ୍ୱରର ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗୀରରୁ ୨ଜଣ ଓ ଯାଜପୁରର ଆଉ ୪ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି।

Related Posts

About The Author

Add Comment