ଭୁବନେଶ୍ୱର, ୨୩/୯ (ସନ୍ଧାନ ନିୟୁଜ) ଓଡ଼ିଶା ସୀମାରେ ଆନ୍ଦ୍ ଦାଦାଗିରି। ସୀମାର ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ଓଡିଶା ଓ ଆନ୍ଦ୍ର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ର ଗଙ୍ଗାବାଡ ପଞ୍ଚାୟତର ଓଡିଶା ଓ ଆନ୍ଦ୍ର ପ୍ରଦେଶର ଦୁଇ ଗ୍ରାମ ସିଙ୍ଗାପୁର ଓ ଓଡ଼ିଶାର ଚମ୍ପାପୁର ମଧ୍ୟରେ ଦେଖାଦେଇଛି ବିବାଦ। ଓଡ଼ିଶା ଜମିରେ ଆଳୁ, କଦଳୀ, ହଳଦୀ ଭଳି ଚାଷ କରି ଜୀବନ ଯାପନ ପନ କରୁଥିବା ଆଦିବାସୀ ମହିଳାଙ୍କ ଉପରେ ଆନ୍ଦ୍ରର କିଛି ଅଣ ଆଦିବାସୀ ଆକ୍ରମଣ କରିବା ପରେ ବିବାଦ ଦେଖାଦେଇଛି। ଗତକାଲି ଦୁଇଗ୍ରାମ ବାସି ମୁହାଁମୁହିଁ ହୋଇଥିବା ବେଳେ ଆଜିବି ଉତେଜନା ଲାଗିରହିଛି। ଉଭୟ ରାଜ୍ୟର ପୋଲିସ ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି। ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଏହି ସୀମା ବିବାଦର ସ୍ଥାୟୀ ସମାଧାନ ନହେବାରୁ ସମୟ ସମୟରେ ଏଭଳି ଘଟଣା ଘଟୁଥିବା କହୁଛନ୍ତି ଗ୍ରାମବାସୀ। ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରିଛନ୍ତି।
ପୁଣି ଘନେଇଲା ଓଡିଶା ଓ ଆନ୍ଦ୍ର ସୀମା ବିବାଦ; ମୁହାଁମୁହିଁ ସାଧାରଣ ଜନତା
|
September 23, 2019 |