ପୁଣି ଗୁଣିଗାରେଡି ନେଲା ଜୀବନ; ମାଲକାନଗିରିରେ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା ଦୁର୍ବୃତ୍ତ

Spread the love

ମାଲକାନଗିରି ୧୯/୧୨/୨୫ (ସନ୍ଧାନ ନ୍ୟୁଜ ) : ଅନ୍ଧବିଶ୍ବାସର କରୁଣ ପରିଣତି। ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଉସ୍ମାପଲ୍ଲୀ ଗାଁରେ ଗୁଣି ସନ୍ଦେହରୁ ଘଟିଛି ଏଭଳି ବର୍ବରକାଣ୍ଡ। ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଛି ଦୁର୍ବୃତ୍ତ। ପୋଟେରୁ ଫାଣ୍ଡିରେ ଅଭିଯୋଗ ପରେ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି।   ମୃତ ବ୍ୟକ୍ତି ହେଲେ ୫୧ ବାର୍ଷିୟ ମୁକ୍କା ପୋଡ଼ିଆମୀ। ଧାରୁଆ ଅସ୍ତ୍ରରେ କେହି ଦୁର୍ବୁତ୍ତ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। ପୂର୍ବରୁ ମୃତ ମୁକ୍କା ପରିବାରର ଦୁଇ ବୋହୂକୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  ସାଧାରଣତଃ ଉସ୍କାପଲ୍ଲୀ ଗାଁରେ କୋୟା ଆଦିବାସୀ ଲୋକେ ବସବାସ କରନ୍ତି। ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଭରି ରହିଛି। ତେବେ କିଛିଦିନ ଧରି ଗାଁରେ କିଛି ଲୋକେ କୌଣସି କାରଣରୁ ମୃତ୍ୟୁ ବରଣ କରୁଥିବାରୁ ଗୁଣିଗାରେଡିରେ ମୃତ୍ୟୁ ହେଉଥିବା ସନ୍ଦେହ କରୁଥିଲେ ଗାଁ ଲୋକେ। ମୃତ ମୁକ୍କାକୁ ମଧ୍ୟ ଗୁଣିଗାରେଡି କରୁଥିବା ସନ୍ଦେହରେ କେହି ହତ୍ୟା କରିଥିବା ଜଣାପଡିଛି। ଏନେଇ ମୃତ ମୁକ୍କାଙ୍କ ସମ୍ପର୍କୀୟ ଭାଇ ଦେବା ପୋଡ଼ିଆମୀ ପୋଟରୁ ଫାଣ୍ଡିରେ ଏକ ମାମଲା ରୁଜୁ କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ଜଣକୁ ଅଟକ ରଖି ପଚାର ଉଚୁର କରୁଛି ପୋଲିସ। ପ୍ରଶାସନର ସଚେତନତା ଅଭାବ ଯୋଗୁଁ ବାରମ୍ବାର ଅଞ୍ଚଳରେ ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

Related Posts

About The Author

Add Comment