ଭୁବନେଶ୍ୱର ୧୭/୧୨ (ସନ୍ଧାନ ନିୟୁଜ) କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଓଡ଼ିଶାକୁ ବାତ୍ୟା ତିତଲିର କ୍ଷୟକ୍ଷତି ପାଇଁ ମଞ୍ଜୁର କରାଯାଇଛି ୧୦୨୩.୫୯ କୋଟି ଟଙ୍କାର ଅତିରିକ୍ତ ସହାୟତା।
ସୂଚନାଯୋଗ୍ୟଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାରଦିନ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି ତିତଲି କ୍ଷତିପୂରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେଯେ, ଅକ୍ଟୋବର ୨୦୧୮ରେ ହୋଇଥିବା ବାତ୍ୟା ତିତଲି ପ୍ରଭାବରେ ଓଡ଼ିଶାର ୧୭ ଜିଲ୍ଲାରେ ୧୨୮ ବ୍ଲକରେ ୬୦.୩୧ ଲକ୍ଷ ବହୁତ ଗମ୍ଭୀର ଭାବରେ ପ୍ରଭାବିତ ହୋଇଥିଲା। ରାଜ୍ୟ ସରକାର ପ୍ରଭାବିତ ଲୋକମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ଜରୁରୀକାଳୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ୨୦୨୩.୧୩ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦେବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଏବଂ ୧୮ ଅକ୍ଟୋବର, ୨୦୧୮ ରେ ପ୍ରଧାନ ମନ୍ତ୍ରୀଙ୍କୁ ପଠାଯାଇଥିବା ଚିଠିରେ ତୁରନ୍ତ ୧୦୦୦ କୋଟି ଟଙ୍କାର ଅନ୍ତରୀଣ ସହାୟତା ପାଇଁ ଅନୁରୋଧ କରିଥିଲେ। ସେଣ୍ଟ୍ରାଲ ଟିମ ନଭେମ୍ବର, ୨୦୧୮ ପ୍ରଥମ ସପ୍ତାହରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି କ୍ଷତିର ଆକଳନ କରି ଯାଇଥିଲେ।
ଓଡ଼ିଆ ପୁଅ


