ଭୁବନେଶ୍ୱର,୦୯/୦୪ (ସନ୍ଧାନ ନିୟୁଜ): ପୁଣି ଓଡିଶାରେ ଦୁଇ ଜଣ କୋରୋନା ପଜିଟିଭି । ଢେଙ୍କାନାଳ ଜିଲ୍ଲାର ଜଣେ ମହିଳାଙ୍କଠାରେ କୋରୋନା ପଜେଟିଭ ବାହାରିଛି । ତାଙ୍କର ବୟସ 51 ବର୍ଷ ବୋଲି ଜଣାପଡିଛି । ସେହିପରି ଅନ୍ୟଜଣେ କୋରୋନା ପଜେଟିଭ ହେଲେ ଭୁବନେଶ୍ୱରରେ । ତାଙ୍କର ବୟସ 69 ବର୍ଷ । ସେ ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲାରେ ଥିଲେ ।
ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସିଧାସଳଖ ଅଣାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି ନୂଆ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
2 new COVID-19 POSITIVE cases confirmed so far today.
1 Dhenkanal town case, female 51 years
1 patient of a Bhubaneswar based private hospital , male 69 years of Medinipur, WB. Brought in ambulance directly from WB. Further details will be released during daily press briefing.