ପୁଣି ଆରମ୍ଭ ହେଲା ଆଧାର କାର୍ଡ ଅନଲାଇନ୍ ସର୍ଭିସ୍, ଯିବାକୁ ପଡିବନି ଆଧାରକେନ୍ଦ୍ର

Spread the love

ବାରିପଦା, ୨୪/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଆଧାର କାର୍ଡ ଜାରି କରୁଥିବା ସଂସ୍ଥା UIDAI କୋଟି କୋଟି ଆଧାର କାର୍ଡ ୟୁଜର୍ସଙ୍କ ପାଇଁ ପୁଣି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏବେ ଆପଣ ଘରେ ବସି ଆଧାର ସମ୍ପର୍କିତ ଡେମୋଗ୍ରାଫିକ୍ ଡିଟେଲ୍ମକୁ ଅପଡେଟ୍ କରିପାରିବେ । ଏଥିପାଇଁ ଏବେ କେଉଁଆଡେ ଯିବା ଦରକାର ନାହିଁ । ଏହି ଡିଟେଲ୍‌ରେ କାର୍ଡଧାରୀ ନିଜ ନାଁ, ଠିକଣା, ଜନ୍ମତିଥୁ ଓ ଜେଣ୍ଡର ଅତି ସହଜରେ ଅପଡେଟ୍ କରିପାରିବେ । ଜାରି ହେଲା ଦ୍ଵାଣ୍ଡବୁକ୍ uidai.gov.in/images/Aadhaar Han dbook2020.pdf ରେ ଆଧାର ବ୍ୟାଣ୍ଡବୁକର ପିଡିଏଫ୍ ଫାଇଲ୍ ଅଛି । ଏହି ହ୍ୟାଣ୍ଡବୁକରେ ଆଧାର ନା ବଦଳାଇବାକୁ ନେଇ କୌଣସି ବି ପ୍ରକାର କରେକ୍ସନକୁ ଠିକ୍ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଦିଆଯାଇଛି । ଏଥିରେ ଆପଣ ଇ-ମେଲ୍ ଆଇଡି ଯୋଡି ପାରିବେ । ଆଧାର ସେବା କେନ୍ଦ୍ରରେ ଏଥିପାଇଁ ୫୦ ଟଙ୍କା ଫିସ୍ ଲାଗେ । ଯଦି ଆପଣ ସହର ବଦଳାଇବାକୁ ବା ଘର ବଦଳାଇବାକୁ ଯାଉଛନ୍ତି ତେବେ ଆଧାର କାର୍ଡକୁ ଅପଡେଟ୍ କରିବା ଜରୁରୀ । ଏଥିପାଇଁ ଆପଣଙ୍କୁ ନିକଟସ୍ଥ ଆଧାର କେନ୍ଦ୍ରକୁ ଯିବାକୁ ପଡିଥାଏ । କିନ୍ତୁ ଏହି ସୁବିଧା ଏଣିକି ଘରେ ହିଁ ଉପଲବ୍ଧ ହେବ ।

Related Posts

About The Author

Add Comment