ରାଉରକେଲା, ୨୩/୦୨ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ରାଜ୍ୟ ରାଜନିତୀ ପାଣିପାଗରେ ଷ୍ଟିଲସିଟି ତଥା ରାଜ୍ୟର ସ୍ମାର୍ଟ ସିଟି ସବୁବେଳେ ଚର୍ଚ୍ଚାର ପରିଧି ମଧ୍ୟରେ ରହିଛି ଓ ରହି ଆସିଥିବ ମଧ୍ୟ । ବିଧାନସଭା ନିର୍ବାଚନ ହେଉକି ଲୋକସଭ, ପଂଚାୟତ ଓ ମୁନ୍ୟନସିପାଲଟି ନିର୍ବାଚନରେ ଅତୀତରେ ରାଉରକେଲା ଆସନ ପାଇଁ ବିରୋଧି ଓ ଶାସକଙ୍କ ମଧ୍ୟରେ ନିର୍ବାଚନ ରଣାଙ୍ଗନରେ ହୋଇଥିବା ଘମାଘୋଟ ଲଢେଇ ଏହାର ମୂକସାକ୍ଷୀ । ବର୍ତମାନ ଶାସକ ଦଳ ବିଜେଡ଼ି ରାଉରକେଲା ପାଇଁ ଆଣିଛି ଆଉ ଏକ ବରଦାନ । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ମିଳିଛି ଏକ ଗୁରୁ ଦାୟିତ୍ୱ । ବିଜେଡ଼ି ସୁପ୍ରିମୋ ନବୀନ ରାଉରକେଲା ବିଜେଡ଼ି ସଭାପତି ଆନନ୍ଦ ମହାନ୍ତିଙ୍କୁ ତାଙ୍କ ସ୍ଥାନରୁ ହଟାଇ ତାଙ୍କ ଜାଗାରେ ସାରଦାଙ୍କୁ ଅବସ୍ଥାପିତ କରିଛନ୍ତି । ସେହିପରି ସାରଦା ରାଉରକେଲା ଉନ୍ନୟନ କର୍ତୃପକ୍ଷ(ଆରଡ଼ିଏ)ର ଚେୟାରମ୍ୟାନ ମଧ୍ୟ ଅଛନ୍ତି ।
କଥାରେ ଅଛି କାଲର ଠାର କାଲ ମା’ ହିଁ ଠିକ ଭାବେ ଜାଣିଥାଏ । ସେମିତି ସାରଦା ରାଉରକେଲାର ମାଟିରେ ବଢି ଏହାର ରାଜନିତୀ ଓ ସାମାଜିକ ବାତାବରଣ ଉପରେ ଓତଃପ୍ରତ ଭାବେ ଜଡ଼ିତ । ରାଉରକେଲା ସହରର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କ ପ୍ରଚେଷ୍ଟା ଅବିରତ ଓ ଅହରହ ବୋଲି ସାରଦାଙ୍କ ସମର୍ଥକଙ୍କ ମୁହଁରୁ ଶୁଣିବାକୁ ମିଳେ । ଜୀବନ ଯମୁନାରେ ୫୦ ବର୍ଷ ପାର କରି ସାରିଥିଲେ ସୁ୍ଦ୍ଧା, ଏବେ ମଧ୍ୟ ଯୁବକ ଭଳି କର୍ମବୀର ହୋଇ କାର୍ଯ୍ୟ କରି ଚାଲିଛନ୍ତି ସାରଦା ନାୟକ । ଗତ ୨୦୧୪ ନିର୍ବାଚନରେ ସାରଦା ରାଉରକେଲା ବିଧାନସଭା ଆସନରୁ ପରାସ୍ତ ହୋଇଥିଲେ । ଏହାପରେ ମଧ୍ୟ ଦୃଢ ମନୋବଳ ସହ ରାଉରକେଲା ବିକାଶ ଲାଗି ଅଂଟା ଭିଡ଼ି ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡ଼ିତ ରହି ଲୋକଙ୍କ ନିକଟତର ହେଲେ । ଫଳସ୍ୱରୂପ ରାଉରକେଲା ଜନତା ଜନାର୍ଦ୍ଦନ ସାରଦାଙ୍କ ମୁଣ୍ଡରେ ସୁନା କଳସ ଢାଳି ତାଙ୍କୁ ରାଉରକେଲାର ବିଧାୟକ ଭାବେ ଆଭୂଷିତ କଲେ ।
ରାଉରକେଲା ସହରର ଲାଇଫ ଲାଇନ କୁହାଯାଉଥିବା ବ୍ରାହ୍ମଣୀ ସେତୁ, ରାଉରକେଲା ସରକାରୀ ହସ୍ପିଟାଲରେ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥାର ପୁନରୁଉଦ୍ଧାର ସହ ସହରର ରାସ୍ତାଘାଟ, ଡ୍ରେନେଜ ବ୍ୟବସ୍ଥା, ସ୍ୱରେଜ ପ୍ରକଳ୍ପ, ପରିମଳ ବ୍ୟବସ୍ଥାର ସଠିକକରଣ ନିମନ୍ତେ ରାଉରକେଲା ବିଧାୟକ ଭାବେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହି ସାରଦା ନାୟକ କାର୍ଯ୍ୟ ନିର୍ବାହ କରିବା ଖୋଦ ରାଉରକେଲାବାସୀଭକ ମୁହଁରୁ ଦେଖିବାକୁ ମିଳେ । ବର୍ତମାନ ରାଉରକେଲା ବିଜେନି ସଭାପତି ଭାବେ ସାରଦା ଅବସ୍ଥାପିତ ହେବା ପରେ ତାଙ୍କ ଠାରୁ ପୁଣି ଆଶା ବାନ୍ଧି ବସିଛନ୍ତି ଜନତା । ଯାହାର ଚର୍ଚ୍ଚା ଏବେ ଏଠି , ସେଠି ଓ ସବୁଠି ।
ପୁଣିଥରେ ସ୍ମାର୍ଟସିଟିର ମଙ୍ଗ ଧରିଲେ ବିଧାୟକ ସାରଦା
|
February 23, 2020 |