ଗଜପତି, ୨୩/୯ (ସନ୍ଧାନ ନିୟୁଜ) ପର କରି ଦେଲା ପୁଅ। ଆଉ ସହି ହେଲାନୀ ପୁଅ ବହୁର ନିର୍ଯାତନା ।ସେଥିପାଇଁ ଥାନାକୁ ଆସିଲେ ଜଣେ ଜନ୍ମଦାତ୍ରୀ ମାଆ ପୋଲିସରେ ଅଭିଯୋଗ କଲେ। ଖାଲି ସେତିକି ନୁହେଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ମୋ ଘର ନେଇଯାଅ ଏବଂ ଏହାକୁ ବୃଦ୍ଧାଶ୍ରମ କରିଦିଅ। ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗୋପିନୀ ସାହି ଠାରେ। ଜାନକୀ ଅଧିକାରୀ ନାମକ ଜଣେ ୭୫ ବର୍ଷ ମହିଳା ଅଭିଯୋଗ କରି ସୁରକ୍ଷା ମାଗିଛନ୍ତି ଗଜପତି ଏସିପ ସାରା ଶର୍ମାଙ୍କ ଆଗରେ।
ଅନେକ ସ୍ୱପ୍ନ ପୁଅକୁ ବଡ କରିଥିଲେ। ୧୯୯୫ ମସିହାରେ ସ୍ବାମୀଙ୍କ ପରଲୋକ ପରେ ୨୦୦୨ ରେ ପୁଅକୁ ବାହା କରାଇଥିଲି। ହେଲେ ଉଭୟ ପୁଅବୋହୁ ତାଙ୍କ ଠାରୁ ସବୁ ବେଳେ ଧାନ ଓ ପଇସାପତ୍ର ଆଦି ନେଉଛନ୍ତି ତଥାପି ନିର୍ଯାତନା ଦେଉଛନ୍ତି ବୋଲି ଜାନକୀ କହିଛନ୍ତି। ତାଙ୍କ ଏଫ୍ ଆଇ ଆର ପରେ ପୋଲିସ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନେବା ସହିତ ଜାନକୀଙ୍କ ସୁରକ୍ଷାର ଦାୟତ୍ଵ ମଧ୍ୟ ନେଇଛନ୍ତି। ତେବେ ଅଭିଯୋଗକୁ ନେଇ ଜାନକୀଙ୍କ ପୁଅ ବୋହୂଙ୍କ କୈାଣସି ପ୍ରତିକ୍ରିୟା ମିଳି ପାରିନାହିଁ।
ରିପୋର୍ଟ -ପ୍ରଭାତ କୁମାର ପାତ୍ର