ପୁଅ, ଝିଅଙ୍କର ଗଳା କାଟି ମା’ର ଆତ୍ମହତ୍ୟା ଉଦ୍ୟମ

Spread the love

ମାଲକାନଗିରି ୨୮/୩ (ସନ୍ଧାନ ନିୟୁଜ ) କାଲିମେଳା ଥାନା ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମର ଦେବା କବାସୀଙ୍କ ପତ୍ନୀ ଗାଙ୍ଗୀ କବାସୀ ନିଜର ପୁଅ ଓ ଝିଅଙ୍କ ଧାରୁଆ ଅସ୍ତ୍ରରେ ଗଳା କାଟି ଦେବା ସହିତ ନିଜେ ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେଷ୍ଟା କରିଛି। ମା’ ଓ ପିଲା ଉଭୟେ ମାଲକାନଗିରି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ପ୍ରକାଶଯେ, କୌଣସି କାରଣଯୋଗୁଁ ଗାଙ୍ଗୀ ଅତ୍ୟଧିକ ଉତ୍ୟକ୍ତ ହୋଇ ଚାରି ବର୍ଷର ପୁଅ ବିକାଶ ଓ ଛଅ ବର୍ଷର ଝିଅ ପୂଜାର ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟିବାକୁ ଚେଷ୍ଟାକରିଥିଲା। ପିଲାମାନେ ମରିଯିବାର ଭାବି ଗାଙ୍ଗୀ ମଧ୍ୟ ସେହି ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା। ଏମାନଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ସେଠାରେ ପହଁଚି ଯାଇଥିଲେ ଏବଂ ଗ୍ରାମବାସୀମାନେ ୧୦୮ ଆମ୍ବୁଲାନ୍ସ ଦ୍ୱାରା ମା’ ଓ ଛୁଆଙ୍କୁ ମାଲକାନାଗିରି ଜିଲ୍ଲା ସଦର ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ। ଦେବା କବାସୀ ବାହରକୁ କାମକୁ ପଳାଇଯାଇଥିବାରୁ ସନ୍ଧ୍ୟାବେଳେ ସେ ଘରକୁ ପହଁଚିବାପରେ ଏହି ଘଟଣା ଜାଣିବାକୁ ପାଇଲା ଏବଂ ମାଲକାନାଗିରି ହସ୍ପିଟାଲରେ ପହଁଚିଛି। ଏମାନଙ୍କ ଭିତରେ ପୁଅ ବିକାଶର ଗଳା ଶ୍ୱାସନଳୀ ପର୍ଯ୍ୟନ୍ତ କଟିଯାଇଛି ଏବଂ ତା’ର ଅବସ୍ଥା ଗୁରୁତର ରହିଛି। ଠିକ ସମୟରେ ଆଣିଥିବାରୁ ଜୀବନ ବଞ୍ଚିଯାଇଛି ବୋଲି ଡାକ୍ତର ସପନ କୁନମାର ଢ଼ିଣ୍ଡା କହିଛନ୍ତି। ଝିଅ ଏବଂ ମା’ଙ୍କର ଅବସ୍ଥା ବିପଦମୁକ୍ତ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ଠିକ ହେବା ପାଇଁ କିଛି ସମୟ ଲାଗିବ।

Related Posts

About The Author

Add Comment