ପୁଅର ନିଖୋଜ ଖବର ପାଇ ବାପା ର ମୃତ୍ୟୁ

Spread the love
ମାଲକାନଗିରି, ୩୧/୦୫/୨୦ (ସନ୍ଧାନ ନିଉଜ) : କରୋନା ମହାମାରି ଯୋଗୁଁ କେତେ ଯେ ଜୀବନ ଯାଇଛି, ଆଉକେତେ ଜଣଙ୍କ ଘର ଉଜୁଡି ଯାଇଛି,ଆଉକେତେ ଜଣ ନିଖୋଜ ହୋଇଯାଇଛନ୍ତି । ଏମିତି ଏକ ଦାଦନ ଯନ୍ତ୍ରଣାର ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲାକନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥ ଚେଡାଙ୍ଗାପଚାଂୟତ ଗୁରୁଗୁଡା ଗ୍ରାମରେ । ସେହି ଗ୍ରାମର ବଳିପୁଜାରୀ ଜଣେ ଗରିବ ଆଦିବାସୀ ,ଘରକୁ ସାତପ୍ରାଣି କୁଟୁମ୍ବ, ପରଘରେ ମୂଲ ମଜୁରୀ ଲାଗି ନିଜ ୨ପୁଅଙ୍କୁ ପାଠ ପଢାଉଥିଲେ, ବଡ ପୁଅ ମୁକୁନ୍ଦ ପୁଜାରୀ ଯୁକ୍ତଦୁଇରେ ପାଠପଢୁଥିବା ବେଳେ ସାନପୁଅ କୃଷ୍ଣପୁଜାରୀ ୯ମ ଶେ୍‌୍ରଣୀରେ ପଢୁଛି । ବଡ ଦୁଇ ଝିଅ ବିବାହ ହୋଇ ଯାଇଛନ୍ତି, ଦୁଖେ କଷ୍ଟେ ପରିବାର ଚଳିଯାଉଥିଲା । ବୟସ ବଢିବା ସାଙ୍ଗକୁ ବେମାର ମାଡିବସିବାରୁ ବଳି ଆଉ କାମକୁ ଯାଇ ପାରିଲେ ନାହିଁ ଘରର ବୋଝ ବଡପୁଅ ମୁକୁନ୍ଦପୁଜାରୀ(୨୦)ଙ୍କୁ ମୁଣ୍ଡାଇହାକୁ ପଡିଲା, ତାଙ୍କ ପାଠପଢାରେ ଡୋରି ବନ୍ଧା ହୋଇଗଲା, ସେ ବାପାଙ୍କର ଚିକିତ୍ସା ସାନଭାଇର ପାଠପଢା ଖର୍ଚ ପରିବାର ଚଳାଇବା ପାଇଁ ଗତ ୬ମାସତଳେ ଗାଁର ଅନ୍ୟ କିଛି ପିଲାମାନଙ୍କ ସହିତ ତେଲାଙ୍ଗାନା ରାଜ୍ୟ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଚାଲିଗଲେ । ଗତ କିଛି ଦିନତଳେ ତାଙ୍କସାଥିରେ ଯାଇଥିବା ସାଙ୍ଗମାନେ ବଳିପୁଜାରୀଙ୍କୁ ଫୋନ ଯୋଗେ କହିଥିଲେ ତୁମ ପୁଅ ମୁକୁନ୍ଦ ପୁଜାରୀ କେଉଁ ଆଡେ ନିଖୋଜ ହୋଇ ଯାଇଛନ୍ତି ତାଙ୍କୁ ଆମେ ପାଉନାହୁଁ । ପୁଅ ନିଖୋଜ ଖବର ଶୁଣି ଦୁଃଖରେ ବାପା ବଳି ହଟାତ ବସିବାସ୍ଥାନରୁ ଅଚେତ ହୋଇ ଟଳିପଡିଥିଲେ, ତାଙ୍କୁ ପରିବାର ଲୋକେ ପାଣି ଛାଟି ଚେତା କରି ଥିଲେ । ପୁଅର ନିଖୋଜ ଖବର ପାଇଲା ଦିନ ଠାରୁ ବଳି ପୁଜାରୀ ଖାଇବା ପିଇବା ସବୁ ଛାଡିଦେଇ ମୁକ ପ୍ରାୟ ହୋଇ ବସିରହୁଥିଲେ । ସେ କେତେ ଆଶା କରିଥିଲେ ପୁଅ ରୋଜଗାର କରିବାକୁ ଯାଇଛି ଦୁଇପଇସା ଆଣିଲେ ଘରଚିଳିବ, ସେ ଘରକୁ ଫେରିବା ବଦଳରେ ତାଙ୍କର ନିଖୋଜ ଖବର ବାପାଙ୍କୁ ଶୁଣିବାକୁ ପଡିଲା ।ଗତ କାଲି ରାତ୍ରରେ ବଳି ନ ଖାଇ ପୁଅର ଚିନ୍ତାରେ ଘରେ ଶୋଇଯାଇଥିଲେ । ଆଜି ସକାଳେ ପରିବାର ଲୋକେ ତାଙ୍କୁ ଉଠାଇହବାକୁ ଯାଇ ଦେଖିଲା ବେଳକୁ ତାଙ୍କର ପ୍ରାଣ ବାୟୁ ଉଡି ଯାଇଛି । ରୋଜଗାରିଆ ପୁଅ ହାଇଦ୍ରାବାଦକୁ ଦାଦନଖଟିବାକୁ ଯାଇ ନିଖୋଜ ହେଲା, ପୁଅର ଚିନ୍ତାରେ ବାପା ଙ୍କର ମୃତ୍ୟୁ ଘଟିଲା, ଏହି ଦୁଃଖଦ ଖବର ଗୁରୁଗୁଡା ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟାଖଳାଇ ଦେଇଛି । ପୁଅ ଟଙ୍କାରୋଜଗାର କରିବାକୁ ଯାଇ ନିଖୋଜ ହୋଇଗଲା, ସ୍ୱାମୀ ବଳିପୁଜାରୀ ପୁଅର ଦୁଃଖରେ ଆରପାରିକୁ ଚାଲିଗଲେ,ଘରେ ବିଧବା ବୃଦ୍ଧା ସ୍ତ୍ରୀ ଓ ତାଙ୍କର ସାନପୁଅ କୃଷ୍ଣ ଏବେ ଅସହାୟ ଅବସ୍ଥାରେ ରହିଛନ୍ତି । ଏହି ଗରିବ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

Related Posts

About The Author

Add Comment