ପୁଅପରେ ଚିକିତ୍ସାଧୀନ ବାପାଙ୍କ ମୃତ୍ୟୁ: ୩ ଗିରଫ

Spread the love

ବାଲେଶ୍ଵର ୨୫/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ନିଶ୍ଚିନତପୁର ପଞ୍ଚାୟତରେ ଜମିଜମା ବିବାଦକୁ କେନ୍ଦ୍ରକରି ଗତ ୧୯ ତାରିଖରେ ଭୁଜାଲି ମାଡରେ ପୁଅର ମୃତ୍ୟୁ ଘଟିଥିଲା । ବୁଧବାର କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବାପା ଆଖି ବୁଝିଛନ୍ତି । ଏହି ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ଭୁଜାଲି,କୋଦାଳ ଜବତ କରିବା ସହ ଅଭିଯୁକ୍ତ ମା’ ଓ ଦୁଇ ପୁଅଙ୍କୁ ସୋର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂଚନା ଅନୁସାରେ, ଗ୍ରାମର ସ୍ବର୍ଗତ ଚିନ୍ତାମଣି ବେହେରାଙ୍କ ପୁଅ ଈଶ୍ବର (୬୧) ଏବଂ ଗରୁଡ (୫୮) ଙ୍କ ମଧ୍ୟରେ ଜମିଜମା ବିବାଦକୁ ନେଇ ମନାନ୍ତର ଲାଗି ରହିଥିଲା । ଗତ ୧୯ ତାରିଖରେ ଈଶ୍ବର ଏବଂ ତାଙ୍କ ପୁଅ କାର୍ତ୍ତିକ ନିଜ ଜମିରେ ହିଡ ଦେଉଥିବା ବେଳେ ଗରୁଡ଼ ବେହେରା, ସ୍ତ୍ରୀ ସାବିତ୍ରୀ ଏବଂ ତାଙ୍କର ଦୁଇପୁଅ ଶଶିକାନ୍ତ ଓ ରମେଶ ସେଠାରେ ପହଞ୍ଚି କାର୍ତ୍ତିକଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ବାପପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଉଭୟ ବାଲେଶ୍ଵର ସ୍ଥାନାନ୍ତର କରାଯାଇଥିଲା । ସେଠାରେ କାର୍ତ୍ତିକଙ୍କ ମୃତ୍ୟୁ ଘଟିଥିବା ବେଳେ ବୁଧବାର ସକାଳେ କଟକ ବଡ଼ ଡ଼ାକ୍ତରଖାନାରେ ବାପା ଈଶ୍ୱରଙ୍କର ମୃତ୍ୟୁ ଘଟିଛି । ଘଟଣା ସମୟରେ ଗ୍ରାମବାସୀ ରମେଶ, ଶଶିକାନ୍ତ ଓ ସାବିତ୍ରୀଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ଏକ ହତ୍ୟା ମାମଲା (୨୨୫/୨୦୨୦) ରୁଜୁ କରି ମା ଓ ୨ପୁଅଙ୍କୁ କୋର୍ଟ ଚାଲାଣ କରିଛି । ତେବେ ବୁଧବାର ଅପରାହ୍ନରେ ଈଶ୍ବରଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଉତ୍ତୋଳନ ପ୍ରକାଶ ପାଇଥିଲା । ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ସ୍ଥାନୀୟ ସରପଞ୍ଚ କମଳାକାନ୍ତ ସେଠୀ , ସମିତି ସଭ୍ୟ ବାସନ୍ତୀ ସ୍ୱାଇଁଙ୍କ ନେତୃତ୍ୱରେ ହେଁସଗୁଡାଛକରେ ସୋର- କୁପାରି ରାସ୍ତାକୁ ଅବରୋଧ କରାଯାଇଥିଲା । ଖବର ପାଇ ସୋର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବା ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା

Related Posts

About The Author

Add Comment