ପୁଅକୁ ସାଲୁଟ ମାରିଲା ବାପା କାରଣ ଜାଣନ୍ତୁ …..

Spread the love

ଲକ୍ଷ୍ନୌ, ୨୮/୧୦  (ସନ୍ଧାନ ନିୟୁଜ) : ଶନିବାର ଦିନ ସହରର ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପୁଅ ଅନୁପ କୁମାର ସିଂହକୁ ସ୍ୟାଲୁଟ୍‌ ମାରି ବିଭୁତିଖଣ୍ଡ ଥାନାରେ ନିଯୁକ୍ତ କନେଷ୍ଟବଳ ଜନାର୍ଦ୍ଦନ ସିଂହ ଗର୍ବରେ ଛାତି ଫୁଲାଇ ବୁଲୁଛନ୍ତି।

ଏ କଥା କହିବା ବେଳେ ଆବେଗରେ ରୁନ୍ଧି ହୋଇ ପଡୁଥିଲେ ଜନାର୍ଦ୍ଦନ। ଆଇପିଏସ୍‌ ପୁଅକୁ ନିଜର ବସ୍‌ ଭାବେ ସମ୍ମୁଖୀନ ହୋଇ ପ୍ରଥମେ କି ଭଳି ପ୍ରତିକ୍ରିୟା ଆସିଲା ବୋଲି ପଚରା ଯିବାରୁ ସେ କହିଲେ  ଆଗେ ସେ ଜଣେ ଅଧିକାରୀ, ପରେ ମୋ ପୁଅ ଅନ୍ୟ ଯେ କୌଣସି ଅଧିକାରୀଙ୍କୁ ସ୍ୱାଗତ କରିବା ପରି ଯେମିତି ମୁଁ ସ୍ୟାଲୁଟ୍‌ ମାରିଥିଲି ତାକୁ ବି ସେମିତି ମାରିବି। ମୋର ପ୍ରଥମ ଗୁରୁତ୍ୱ ହେବ ଆମ ସମ୍ପର୍କ ଯେମିତି କୌଣସି ପ୍ରକାରେ କାର୍ଯ୍ୟକୁ ପ୍ରଭାବିତ ନ କରେ।

ଉତ୍ତର ଲକ୍ଷ୍ନୌର ଏସ୍‌ପି ଭାବେ ଯୋଗ ଦେଇଥିବା ୨୦୧୪ ବ୍ୟାଚ୍‌ର ଆଇପିଏସ୍‌ ପୁଅ ଅନୁପ କହନ୍ତି ବାପାଙ୍କ ଅଫିସର୍‌ ଭାବେ ବାପାଙ୍କୁ ସମ୍ମୁଖୀନ ହେବା ମୋ ପାଇଁ ପରୀକ୍ଷାର ଘଡ଼ି।

ବାପା ସବୁବେଳେ ମୋର ପ୍ରେରଣା ହୋଇ ଆସିଛନ୍ତି। ସକାଳେ ତାଙ୍କ ଚରଣ ସ୍ପର୍ଶ ସହ ମୋର ଦିନ ଆରମ୍ଭ ହୁଏ। ତାଙ୍କ ନୀତି ଆଦର୍ଶ ଅନୁସାରେ ଚଳିବାକୁ ମୁଁ ଉଦ୍ୟମ କରି ଆସିଛି।

ସେ କେବେ ମତେ ପଢ଼ିବାକୁ କି, ଖେଳିବାକୁ କହି ନାହାନ୍ତି, କିନ୍ତୁ ପୁଣ୍ୟ ଓ ବିଶ୍ୱସନୀୟତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ସର୍ବଦା କହନ୍ତି ଯାହା କରୁଛ ତାହା ମନ ଲଗାଇ କର। ଯଦି ତୁମେ ମାଳୀଟିଏ ହେଲ ତେବେ ନିଜ ପିଲାର ତତ୍ତ୍ୱ ନେବା ପରି ସବୁ ଗଛର ତତ୍ତ୍ୱ ନିଅ।

Related Posts

About The Author

Add Comment