ଦ୍ବାରଶୁଣି, ୩୦.୦୧.୨୦୨୧(ସନ୍ଧାନ ନିଉଜ୍):- ବାଙ୍ଗିରିପୋଷି ବ୍ଲକ ଚାକିଡି ଫଚାୟତ ଅଧୀନ ବାରିବେଡା ଗ୍ରାମର ଲକ୍ଷ୍ମଣ ମୁର୍ମୁଙ୍କ ୭ ବର୍ଷର ଝିଅ ସିଙ୍ଗ ମୁର୍ମୁଙ୍କୁ ବର ହେବା ଫଳରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ (ବାରିପଦା) ରେ ଗତ ୨୦୧୭ ଅକ୍ଟୋବର ୧୭ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଚିକିସିତ କରାଯାଇଥିଲା । ତେବେ ୧୯ ତାରିଖ ଦିନ ସିଙ୍ଗ ସାଲାଇନ ନେଉଥିବା ବେଳେ ତାର ବାମ ହାତ ଫୁଲିଯିବା ସହ ସାଲାଇନ ବତୋଲରେ ରକ୍ତ ଜମା ହେଉଥିବା ଜାଣି ଡାକ୍ତରଙ୍କୁ ଜଣାଇବା ପରେ ସାଲାଇନଟି ଖୋଲି ଦିଆ ଯାଇଥିଲା। କିନ୍ତୁ ତା ପରଦିନ ଠାରୁ ହାତଟି ଫୁଲିବା କମ ହୋଇଥିବା ବେଳେ ହାତର ଚମଡା ରେ ରେ କଳା ହେବାକୁ ଲାଗିଲା । ଚିକିତ୍ସାରେ କୌଣସି ସୁଧାର ନ ଆସିବାରୁ ଅକ୍ଟୋବର ୨୪ ତାରିଖ ଦିନ ଏକ ଡାକ୍ତରୀ ଦଳ ସିଙ୍ଗକୁ କଟକ ମେଡିକାଲ ନେବା ପାଇଁ କହିବା ସହ ଏକ ଆମ୍ବୁଲାନସ ପଠାଇ ଦେଇଥିଲେ। ସେଠାରେ ୨ଦିନ ଚିକିତ୍ସା ପରେ କଟକ ଡାକ୍ତର ହାତଟିକୁ କାଟିବା ପାଇଁ ପରାମର୍ଶ ଦେବା ସହ ୪୦ ହଜାର ଟଙ୍କା ଦରକାର ବୋଲି କହିଥିଲେ । କିନ୍ତୁ ଟଙ୍କା ଅଭାବ ଯୋଗୁଁ ଲକ୍ଷ୍ମଣ ଝିଅର ଚିକିତ୍ସା ନକରିପାରି ଘରକୁ ଫେରି ଆସିଥିଲେ। ଏନେଇ ସ୍ଥାନୀୟ ଶିକ୍ଷକ ଲକ୍ଷ୍ମଣ ବିସାନ ମୁର୍ମୁଙ୍କ ଦ୍ବାରା ସୂଚନା ପାଇ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ପୂର୍ବ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ନିର୍ଦ୍ଦେଶ କ୍ରମେ ବାଙ୍ଗିରିପୋଷି ସ୍ଵାସ୍ଥ୍ୟ ଅଧୂକାରୀ ଲକ୍ଷ୍ମୀପ୍ରିୟା ପ୍ରଧାନ ତତ୍ପରତା ଦେଖାଇ ଅକ୍ଟୋବର ୨୮ ତାରିଖ ମଙ୍ଗଳବାର ଏକ ମୋବାଇଲ ହେଲଥ ଟିମ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜକୁ ପୁଣିଥରେ ଚିକିତ୍ସା ପାଇ ନେଇଥିଲେ । ପରେ ତାକୁ ଉତ୍ତମ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା କଟକ ବଡ ମେଡିକାଲୁ ପଠା ଯାଇଥିଲା । ସେଠାରେ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ପରେ ୨୦୧୭ ଡିସେମ୍ବର ୪ ତାରିଖ ଦିନ ଅସ୍ତ୍ରପ୍ରଚାରେ ସିଙ୍ଗ ମୁର୍ଥର ବାମ ହାତଟିକୁ କହୁଣୀ ପାଖରୁ କାଟି ଦିଆଯାଇଥିଲା । କିନ୍ତୁ କଟକ ବଡ ମେଡିକାରରୁ ଫେରିବାର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କୁ କୌଣସୀ ସରକାରୀ ସହାୟତା ମିଳିନଥିଲା । ଚିକିତ୍ସା ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ତତ୍କାଳୀନ ଜିଲ୍ଲାପାଳ ସୁରେନ୍ଦ୍ର ମୀନାଙ୍କ ଦ୍ଵାରା କିଛି ଆର୍ଥିକ ସାହାଯ୍ୟ ମିଳିଥିଲା । ଏପରିକି ତାର କୃତ୍ରିମ ହାତ ଲଗାଇବାକୁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯିବ ବୋଲି ଜାଣିବାକୁ ମିଳିଥିଲା । କିନ୍ତୁ ଜିଲ୍ଲାପାଳ ମୀନାଙ୍କ ବଦଳି |ଳେ ପରେ ପ୍ରଶାସନ ଆଉ ତତ୍ପରତା ଦେଖିବାକୁ ମିଳିଲା ନାହିଁ । ଖବର ବିଷୟରେ ଜାଣି | ସମାଜସେବୀ ତଥା ଆଇନଜୀବୀ ସୁଶିଲ କୁମାର ପାତ୍ର ଏବଂ ତାଙ୍କର ସହଯୋଗୀ ମାନେ ପିଡ଼ୀତା ନାବାଳିକାଙ୍କୁ ନ୍ୟାୟ ଦେବା ସହ କ୍ଷତିପୂରଣ ପାଇଁ ମୟୂରଜ ଅଦାଲତରେ ମକଦ୍ଦମା ରୁଜୁ କରିଥିଲେ। ମାନ୍ୟବର ପରମାନେଟ ଲୋକ ଅଦାଲତ ଅଧକ୍ଷ୍ୟ ବିଜୟ କୁମାର ମିଶ୍ର ଗତ ୨୮/୦୧/୨୦୨୧ ରିଖ ସରକାର ଏବଂ ହସପିଟାଲ ବିପକ୍ଷରେ କ୍ଷତିପୂରଣ ନିମନ୍ତେ ପିଡୀତାଙ୍କୁ ୧୦ ଡାକ ଲକ୍ଷ ଟଙ୍କା ପ୍ରଦାନ ନିମନ୍ତେ ପିଡୀତାଙ୍କ ଅଭିଭାବକ ଲକ୍ଷଣ ପ୍ରଣ ରିମାଣ ମୁର୍ମୁଙ୍କୁ ଜାତୀୟ ବ୍ୟାଙ୍କ ମାଧ୍ୟମରେ ଏହି ରାଶି ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ପରେ ଲକ୍ଷ୍ମଣ ମୁର୍ମ ଆଇନଜୀବୀ ସୁଶିଲ କୁମାର ପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ
|
January 30, 2021 |



