ଯାଜପୁର ସଦର, ୦୨/୦୯/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ୨ ବର୍ଷଧରି ପିହୁର ସନ୍ଧାନ ମିଳୁନଥିବା ବେଳେ, ଏନେଇ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ପୋଲିସ ପକ୍ଷରୁ ୫ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରାଯାଇଚି । କୌଣସି ବ୍ୟକ୍ତି ପିହୁର ଖବର ଦେଲେ ୫ଲକ୍ଷ ଟଙ୍କା ତାକୁ ଦିଆଯିବ ବୋଲି ଘୋଷଣା କରାଯାଇଚି । ବିଞ୍ଝାରପୁର ଥାନା ଆଇଆସି ରଂଜିତ ମହାନ୍ତି । ବିଞ୍ଝାରପୁର ଥାନା ଆଇଆଇସି ରଂଜିତ ମହାନ୍ତି ଘୋଷଣା କରିବା ସହିତ ବିଭିନ୍ନ ଜାଗାର ପିହୁର ପୋଷ୍ଟର ଲାଗାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବିଞ୍ଝାରପୁର ଥାନା ବରୀ ବ୍ଲକ ଅନ୍ତର୍ଗତ ମଧୁସୁଦନପୁର ଗ୍ରାମର ଲକ୍ଷ୍ମଣ ନାୟକ ଏବଂ ମୋନାଲିସା ନାୟକ ୨ ବର୍ଷ ଝୀଅ ଶୁଭଲକ୍ଷ୍ମୀ ନାୟକ ୨ ବର୍ଷ ଡାକାନାମ ପିହୁ ଦାଣ୍ଡରେ ଖେଳୁଥିବା ସମୟରେ ୨୦୨୦ ଅଗଷ୍ଠ ୯ ତାରିଖ ଦିନ ଦାଣ୍ଡରୁ ନିଖୋଜ ହୋଇଯାଇଥିଲା । ଏନେଇ ପିହୁର ମା ମୋନାଲିସା ବିଞ୍ଝାରପୁର ଥାନାରେ ଏତଲା କରିଥିଲେ । ବିଞ୍ଝାରପୁର ପୋଲିସ ଏକ ଅପହରଣ ମାମଲା ରୁଜୁ କରି ଚୁପ ହୋଇଯାଇଥିଲା । ବିଭିନ୍ନ ସଂଘ ପକ୍ଷରୁ ପିହୁ ନିଖୋଜ ଘଟଣାକୁ ନେଇ ବିଞ୍ଝାରପୁର ପୋଲିସ ଉପରେ ଚାପ ପଡ଼ୁଥିଲା । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ଏସପି, ଶିଶୁ ସୁରକ୍ଷା ଆୟୋଗ ସଂଧ୍ୟାବତୀ ପ୍ରଧାନଙ୍କ ଦ୍ୱାରସ୍ତ ହୋଇଥିଲେ । ପିହୁ ମା ମୋନାଲିସା ଏନେଇ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଶୁଭଲକ୍ଷ୍ମୀର କୌଣସି ସନ୍ଧାନ ମିଳିନଥିଲା । ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ସହିତ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ । ଏହା ପୂର୍ବରୁ ବିଞ୍ଝାରପୁର ପୋଲିସ ୨୦ ହଜାର ଟଙ୍କା ପୁରଷ୍କାର ରାଶି ଘୋଷଣା କରିଥିବା ବେଳେ, ଏବେ ପୁରଷ୍କାର ରାଶିକୁ ୨୦ ହଜାର ଟଙ୍କାରୁ ୫ଲକ୍ଷ ଟଙ୍କାୁ ବୃଦ୍ଧି କରାଯାଇଚି । ୧୫ ଦିନ ମଧ୍ୟରେ ସିବିଆଇ ତଦନ୍ତ କରାନଗଲେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦବୋ ବୋଲି ପିହୁର ମା ମୋନାଲିସା ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ପିହୁର ସନ୍ଧାନ ଦେଲେ ୫ଲକ୍ଷ ଟଙ୍କା ପୁରଷ୍କାର ଦିଆଯିବ
|
September 2, 2022 |



