ନୂଆଦିଲ୍ଲୀ, ୦୯/୦୨ (ସନ୍ଧାନ ନିୟୁଜ) : ଇନ୍ଦୋରର ଭଓ୍ଵରକୁଆଁ ଥାନା ଅଞ୍ଚଳରେ ଜଣେ ମହିଳା ଓ ତାଙ୍କ ଦୁଇଜଣ ଶିଶୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଥିଲା। ପରେ ଜଣାପଡିଲା ମହିଳା ଜଣଙ୍କ ତାଙ୍କ ପ୍ରେମିକ କଂଗ୍ରେସ ନେତାଙ୍କ ସହିତ ପଳାଇ ଯାଇଛନ୍ତି। ଘଟଣାଟି ସେଠାରେ ଚର୍ଚ୍ଚାର ବିଷୟ ହୋଇଛି।
ଖବର ଅନୁଯାୟୀ ଦୁଇଜଣ ଶିଶୁଙ୍କ ସହିତ ମହିଳା ନିଖୋଜ ହୋଇଯିବା ପରେ ତାଙ୍କ ସ୍ୱାମୀ ଓ ପରିବାର ପକ୍ଷରୁ ଲୋକ ଖୋଜାଖୋଜି ଚାଲିଲା। କିନ୍ତୁ କୌଣସି ସନ୍ଧାନ ମିଳିନଥିଲା। ପୋଲିସ ପାଖକୁ ଅଭିଯୋଗ ଗଲା। ଯାଞ୍ଚହେଲ ସେହି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ। ଆଉ ଜଣାପଡ଼ିଥିଲା ଜାନୁଆରି ୨୯ରେ ଅଭିଯୋକାରୀଙ୍କ ପତ୍ନୀ ଓ ଶିଶୁ ପାଲଦା ଅଞ୍ଚଳର ଜଣେ କଂଗ୍ରେସ ନେତାଙ୍କ ଦୁଇଚକିଆ ଯାନରେ ବସି କେଉଁଆଡ଼େ ଯାଉଛନ୍ତି। ପୋଲିସ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ମହିଳାଙ୍କ ସ୍ଵାମୀ ଡିଆଇଜିଙ୍କ ପାଖରେ ଫେରାଦ ହେଲେ।