ପିପିଲି ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜୟୀ

Spread the love

ପିପିଲି, (ସନ୍ଧାନ ନିଉଜ): ପିପିଲି ଉପ-ନିର୍ବାଚନରେ ଜିତାପଟ ମାରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ନିକଟତମ ବିଜେପିର ପ୍ରତିନ୍ଦ୍ୱନ୍ଦୀ ଆଶ୍ରୀତ ପଟ୍ଟନାୟକଙ୍କଠାରୁ ୨୦,୯୧୬ ଭୋଟ୍ ବ୍ୟବଧାନ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି । ଗତ ବିଧାନସଭା ନିର୍ବାଚନରେ ଆଶ୍ରୀତ ପଟ୍ଟନାୟକଙ୍କଠାରୁ ୯୭୮୭ ବ୍ୟବଧାନରେ ସ୍ୱର୍ଗତ ପ୍ରଦୀପ ମହାରଥି ବିଜୟ ହାସଲ କରିଥିଲେ । ପ୍ରଥମ ରାଉଣ୍ଡରୁ ରୁଦ୍ର ଆଗରେ ରହିଆସିଥିଲେ । ତେବେ କଂଗ୍ରେସ ପିପିଲିରେ ନିଜର ଅମାନତ ହରାଇଛି । ୨୬ ରାଉଣ୍ଡ ସୁଦ୍ଧା ବିଜେଡିକୁ ୯୬,୩୯୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୭୫,୭୭୦ ଏବଂ କଂଗ୍ରେସକୁ ୪୨୩୭ ଖଣ୍ଡ ଭୋଟ୍ ମିଳିଛି । ତେବେ ପ୍ରଥମରୁ ରୁଦ୍ର ଆଗରେ ରହିଥିଲେ ମଧ୍ୟ ୧୯ ଏବଂ ୨୦ ରାଉଣ୍ଡରେ ୩୦୯ ଖଣ୍ଡ ଭୋଟ୍‌ରେବିଜେପି ପ୍ରର୍ଥୀ ଆଶ୍ରୀତ ଆଗରେ ରହିଥୀଲେ । ଏହା ପରେ ରୁଦ୍ର ବିଜୟ ମୁହାଁ ହୋଇ ଶେଷରେ ୨୦୯୧୬ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି ।  ରାଜ୍ୟରେ ଆଗମାୀ ବର୍ଷ ପଞ୍ଚାୟତ ନିର୍ବାଚନ ଥିବାରୁ ପିପିଲି ନିର୍ବାଚନର ଗୁରୁତ୍ୱ ବେଶ ବଢିଯାଇଛି । ଏହି ନିର୍ବାଚନର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ଦେଖାଯିବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି । ସକାଳ ୮ଟାରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ୧୪ଟି ଟେବୁଲରେ ଗଣତି ଚାଲିଛି । ଆଉ ଏଥିପାଇଁ ୬୨ ଅଧିକାରୀ ନିୟୋଜିତ ହୋଇଥିଲେ ବୋଲି ସୂଚନା ମିଳିଛି ।

Related Posts

About The Author

Add Comment