ପିପିଲି: ୬/୧/୨୬ (ସନ୍ଧାନ ନ୍ୟୁଜ) ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି | ରାସ୍ତା ଉପରେ ହଠାତ ପଛରୁ ପୁରୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ସ୍କୁଟି ଉପରେ ଚଢି ଯାଇଥିଲା। ସୂଚନା ଅନୁସାରେ, ଭୟଙ୍କର ଦୁର୍ଘଟଣା ଘଟାଇଥିବା ଘରୋଇ ବସଟି ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ସ୍କୁଟିଟିକୁ ଘୋଷାଡ଼ି ନେଇଥିଲା | ଯାହା ଫଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା | ଏହି ଦୁର୍ଘଟଣାରେ ଦୁଇ ଜଣ ମହିଳା ସାମ୍ବାଦିକାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ ମୃତକଙ୍କ ମଧ୍ୟରୁ ଜଣେ ହେଲେ ନ୍ୟୁଜ 7ର କାର୍ଯ୍ୟରତ ସାମ୍ବାଦିକ ଶିଲା ପଟ୍ଟନାୟକ ଏବଂ ଅନ୍ୟ ଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ ଦୁର୍ଘଟଣାରେ ଉକ୍ତ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ମଙ୍ଗଳପୁର ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା | ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ | ଦୁର୍ଘଟଣା ପରେ ଘଟଣାସ୍ଥଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ପିପିଲି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ସମ୍ଭାଳି ଥିଲା | ଏବଂ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦୁଇଟି ଯାକ ଗାଡିକୁ ପୋଲିସ ଜବତ କରି ତଦନ୍ତ ଚଲାଇଥିବା ଜଣାପଡିଛି |
ପିପିଲିରେ ମର୍ମନ୍ତୁଦ ଦୁର୍ଘଟଣା; ଦୁଇ ମହିଳା ସାମ୍ବାଦିକା ମୃତ
|
January 6, 2026 |



