ହିମାଚଳ ପ୍ରଦେଶ, ୩/୬ (ସନ୍ଧାନ ନିୟୁଜ) ହିମାଚଳ ପ୍ରଦେଶରେ ଜଣେ ପିତା ନିଜ ନିରୀହ ଝିଅଙ୍କୁ ହ୍ରଦରେ ଧକ୍କା ଫପାଡି ମାରିବା ପାଇଁ ଚେଷ୍ଟା କରିଥିଲେ । ଏହି ହୃଦୟ ବିଦାରକ ଘଟଣା ହିମାଚଳ ପ୍ରଦେଶର ବାଙ୍ଗଣାରେ ଘଟିଛି । କୁହାଯାଉଛି ଚମକୌର ସିଂହ ନାମକ ଜଣେ ବ୍ୟକ୍ତି ସେହି ସମୟରେ ନିଜ ଦୁଇ ଝିଅଙ୍କୁ ଧକ୍କା ଦେଇଥିଲେ, ଯେତେବେଳେ ନିଜ ପରିବାର ସହ ବୋଟରେ ବସି ନିଜ ଘରକୁ ଯାଉଥିଲେ । ଘଟଣା ସ୍ଥଳରେ ଉପସ୍ଥିତ ଲୋକଙ୍କ ଅନୁସାରେ ଚମକୌର ସିଂହ ନିଜ ପରିବାର ସଦସ୍ୟଙ୍କ ସହ ବୋଟରେ ବସିଥିଲେ ଏବଂ ସେହି ସମୟରେ ହିଁ ନିଜର ଦୁଇ ଝିଅଙ୍କୁ ହ୍ରଦକୁ ଧକ୍କା ଦେଇ ଦେଇଥିଲେ । ଏହା ପରେ ଜଣେ ଯୁବକ ହ୍ରଦକୁ ଡେଇଁ ଦୁଇ ଝିଅଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି ।
ବାବା ବାଲକ ନାଥଙ୍କ ଦର୍ଶନ ନିମନ୍ତେ ଆସିଥିଲେ ହିମାଞ୍ଚଳ ପ୍ରଦେଶ :
ଏହି ଘଟଣା ଲାଠିୟାନି ନାମକ ସ୍ଥାନରେ ଘଟିଛି । ପଞ୍ଜାବର ବାସିନ୍ଦା ଚମକୌର ସିଂହ ନିଜ ଭାଇର ପରିବାର, ନିଜ ପତ୍ନୀ, ଦୁଇ ଝିଅ ଏବଂ ପୁଅ ସହ ହିମାଞ୍ଚଳ ପ୍ରଦେଶ ସ୍ଥିତ ବାବା ବାଲକ ନାଥ ମନ୍ଦିର ଦର୍ଶନ କରିବା ପାଇଁ ଆସିଥିଲେ । ଦର୍ଶନ କରିବା ପରେ ସେମାନେ ଲାଠିୟାନି ପାର୍ଶ୍ୱରେ ସ୍ଥିତ ହ୍ରଦ ରାସ୍ତାରେ ବୋଟ ମାଧ୍ୟମରେ ନିଜ ଗ୍ରାମକୁ ଫେରୁଥିଲେ । ସେହି ସମୟରେ ଚମକୌର ସିଂହ ନିଜର ଦୁଇ ଝିଅଙ୍କୁ ହ୍ରଦକୁ ଠେଲି ଦେଇଥିଲେ । ଯେତେବେଳେ ଚମକୌର ସିଂହ ଏହି ଘଟଣା ଘଟାଉ ଥିଲା, ସେଠାରେ ଉପସ୍ଥିତ ଲାଠିୟାନିର ଜଣେ ଯୁବକ ସୁନୀଲ କୁମାର ଏହି ଘଟଣା ଦେଖି ନେଇଥିଲେ ଏବଂ ଝିଅଙ୍କୁ ପାଣିରେ ବୁଡି ଯାଉଥିବାର ଦେଖି ସୁନୀଲ କୁମାର ହ୍ରଦରେ ଡେଇଁ ଝିଅ ଦୁଇଜଣଙ୍କୁ ବଞ୍ଚାଇ ଦେଇଥିଲେ ।
ଝିଅମାନେ ଗହଳିରୁ ପିତାଙ୍କୁ ରକ୍ଷା କରିଥିଲେ :
ଏହି ଘଟଣା ପରେ ସେଠାରେ ଉପସ୍ଥିତ ଲୋକ ଆରୋପୀ ଏବଂ ତାଙ୍କର ପରିବାର ଲୋକଙ୍କୁ ଧରି ନେଇଥିଲେ ଏବଂ ଚମକୌର ସିଂହକୁ ପିଟିବାରେ ଲାଗି ପଡ଼ିଥିଲେ ।ନିଜ ପିତାଙ୍କୁ ମାଡ଼ ଖାଉଥିବାର ଦେଖି ଝିଅମାନେ କାନ୍ଦିବାରେ ଲାଗିଥିଲେ ଏବଂ ଲୋକଙ୍କ କବଳରୁ ପିତାଙ୍କୁ ରକ୍ଷା କରିବା ପାଇଁ ଗୁହାରି କରିଥିଲେ । ପରେ ଲୋକେ ପିତାଙ୍କୁ ଛାଡି ଦେଇଥିଲେ ଏବଂ ଘଟଣା ବିଷୟରେ ପୋଲିସକୁ ଅବଗତ କରାଇଥିଲେ ।*
ମାନସିକ ରୋଗୀ ବୋଲି କହିଛନ୍ତି :
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଚମକୌର ସିଂହକୁ ଗିରଫ କରିଥିଲେ କିନ୍ତୁ ଚମକୌର ସିଂହଙ୍କ ପରିବାର ଲୋକେ କହିଥିଲେ, ସେ ଜଣେ ମାନସିକ ରୋଗୀ ଅଟନ୍ତି । ଯାହାଫଳରେ ଚମକୌର ସିଂହଙ୍କୁ ଜଣାପଡୁ ନାହିଁ, ସେ କଣ କରୁଛନ୍ତି ? ପରିବାର ଲୋକଙ୍କ ଏହି କଥା ଶୁଣିବା ପରେ ପୋଲିସ ଚମକୌର ସିଂହର ଡାକ୍ତରୀ ରିପୋର୍ଟ ମାଗିଥିଲେ କିନ୍ତୁ ପରିବାର ପାଖରେ ରିପୋର୍ଟ ନ ଥିବା କାରଣରୁ ପୋଲିସ ଚମକୌର ସିଂହକୁ ଗିରଫ କରି ନେଇଥିଲା । ପୋଲିସ ଅନୁସାରେ ଚମକୌର ସିଂହ ପଞ୍ଜାବର ଲୁଧିଆନାର ସଦବା ଗାଁର ବାସିନ୍ଦା ଅଟେ ଏବଂ ନିଜ ପରିବାର ସମେତ ବାବା ବାଲକ ନାଥ ମନ୍ଦିର ଦର୍ଶନ କରିବା କରିବା ପାଇଁ ଆସିଥିଲେ । ଦର୍ଶନ କରିବା ପରେ ଘରକୁ ଫେରୁଥିବା ରାସ୍ତାରେ ଝିଅଙ୍କୁ ହ୍ରଦ ମଧ୍ୟକୁ ଧକ୍କା ଦେଇଥିଲେ । ପୋଲିସ ଅନୁସାରେ ଚମକୌର ସିଂହଙ୍କ ଜଣେ ପୁଅ ଅଛି ଏବଂ ଯେଉଁ ଦୁଇ ଝିଅଙ୍କୁ ଧକ୍କା ଦେଇଛନ୍ତି, ସେହି ଝିଅଙ୍କ ବୟସ ୫ ବର୍ଷ ଓ ୧୨ ବର୍ଷ ଅଟେ ।