ରସୁଲପୁର,୯/୩(ସନ୍ଧାନ ନିଉଜ/ଜଗମୋହନ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ଓଡିଶୋ ପଂଚାୟତ ଗୋଦାମ ଗୃହରେ ଚାଉଳ ଗଚ୍ଛିତ ହୋଇ ରହିବାକୁ ନେଇ ସାଧାରଣରେ ସନେ୍ଦହ ଜାତ ହୋଇଥିଲା । ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ସ୍ଥାନୀୟ ଅଂଚଳର କିଛି ଯୁବକ ଅଂଟା ଭିଡିଥିଲେ । ଏ ସଂପର୍କରେ ରିଟେଲର ଚନ୍ଦ୍ରମଣୀ ସେଠିଙ୍କୁ ପଚରା ଉଚୁରା କରିବାରୁ ତାଙ୍କଠାରୁ ସନ୍ତୋଷଜନକ ଉତ୍ତର ମିଳିନଥିଲା । ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିଲା । ଏ ନେଇ ଆଜି ରସୁଲପୁର ଯୋଗାଣ ଅଧିକାରୀ ଅନୁଜ ସାହୁଙ୍କ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତଦନ୍ତ ସମୟରେ ଯୋଗାଣ ଅଧିକାରୀ ରିଟେଲରଙ୍କୁ ପଚରା ଉଚୁରା କରିବା ସହ ଗଚ୍ଛିତ ଥିବା ଚାଉଳକୁ ତୁରନ୍ତ ବାଂଟିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଅଧିକାରୀଙ୍କ ନିଦେ୍ର୍ଦଶ ମୁତାବକ ସେ ଆଜିଠାରୁ ଓଡିଶୋ ପଂଚାୟତର ଖାଉଟିଙ୍କୁ ଚାଉଳ ବାଂଟିବା ଆରମ୍ଭ କରିଛନ୍ତି । ମାତ୍ର ଗୋଦାମ ଗୃହ ନିକଟରେ ଟଙ୍ଗା ଯାଇଥିବା ସୂଚନା ପଟାରେ ବଂଟନର ସ୍ଥାନ ଲେଖା ନଯିବା ଘଟଣାକୁ ନେଇ ଖାଉଟିମାନଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ସୃଷ୍ଟି କରିଛି । ମାତ୍ର ଏଠାରେ ଚାଉଳ ବାଂଟିବା ପାଇଁ ସେ ରସୁଲପୁର ବିଡିଓ ଓ ସରପଂଚଙ୍କ ନିକଟରୁ ଅନୁମତି ପାଇବା ପରେ ଏଠାରେ ଚାଉଳ ଗଚ୍ଛିତ ରଖିଥିଲେ । ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟି ଦେଇ ଏପରି କରାଯାଇଛି ବୋଲି ସଫେଇ ଦେଇଛନ୍ତି । ମାତ୍ର ରିଟେଲରଙ୍କ ମତ ରାତାରାତି ବଦଳିଯିବା ଘଟଣାକୁ ନେଇ ସନେ୍ଦହ ହୋଇଛି । ହେଲେ ଚାଉଳକୁ ନେଇ ରହିଥିବା ମନ୍ଦ ଉଦେଶ୍ୟ ସଫଳ ହୋଇପାରିନାହିଁ ବୋଲି କୁହାଯାଉଛି ।
ପିଡିଏସ ଚାଉଳ ହଡପ୍ ପାଇଁ ମସୁଧା, ତଦନ୍ତ ଆରମ୍ଭ
|
March 9, 2019 |
