ପିଡ଼ିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତାର ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲାପାଳ

Spread the love

ରାସଗୋବିନ୍ଦପୁର, 14/10 (ସନ୍ଧାନ ନ୍ୟୁଜ୍) :-  ରାସଗୋବିନ୍ଦପୁର ବ୍ଲକ ଝାଟିଅଡ଼ା ପଞ୍ଚାୟତର କଷାଫଳିଆ ପିଡିଏସ୍ ସାମଗ୍ରୀ ବଣ୍ଟନ କେନ୍ଦ୍ରରେ ଓଜନରେ ଠକେଇ କରାଯିବାକୁ ନେଇ ଶନିବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏ ସଂପର୍କରେ ଖବର ପାଇ କିଛି ପିଆରଆଇ ମେମ୍ବର ଓ ବୁଦ୍ଧିଜୀବୀ ସେଠାରେ ପହଞ୍ଚି ଓଜନମାପର ଯାଞ୍ଚ କରିଥିଲେ । ତେବେ ଓଜନରେ କମ୍ ଦ୍ରବ୍ୟ ଦିଆଯାଉଥିବା ଜଣାପଡିବା ପରେ ବାରିପଦା ଉପଜିଲାପାଳ, ବିଡିଓ ରାସଗୋବିନ୍ଦପୁର ଓ ଯୋଗାଣ ନୀରିକ୍ଷକଙ୍କୁ ଘଟଣା ସଂପର୍କରେ ଅବଗତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଉପଭୋକ୍ତାଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ଚାଉଳ ଧଡା ପ୍ରତି (୧୦କିଗ୍ରା) ରେ ୨କିଗ୍ରା ଚାଉଳ କମ ଦିଆଯାଉଥିବା ଭଳି ଗୁରୁତର ଅଭିଯୋଗ ହେବା ପରେ ମଙ୍ଗଳବାର ବାରିପଦା ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରାସଗୋବିନ୍ଦପୁର ବ୍ଲକ ଯୋଗାଣ ନୀରିକ୍ଷକ ଦାୟିତ୍ବରେ ଥିବା ବେତନଟୀ ଯୋଗାଣ ନୀରିକ୍ଷକ ଲଳିତକୁମାର ପଟ୍ଟନାୟକ କଷାଫଳିଆ ଗ୍ରାମକୁ ଯାଇଥିଲେ। ଗତ ଶନିବାର ଝାଟିଅଡା ପଞ୍ଚାୟତର ମିର୍ଜାପୁର, ଗୋପୀନାଥପୁର, ଦାରଶୁଣି, ମଙ୍ଗଳପୁର ଗ୍ରାମର ୧୫୪ ପରିବାରକୁ ଚାଉଳ ବଣ୍ଟନ କରାଯାଇଥିବା ବେଳେ ସମସ୍ତ ଉପଭୋକ୍ତାଙ୍କୁ ଓଜନରେ ଠକେଇ କରାଯାଇଥିଲା । ଏହି ଚାଉଳଗୁଡିକ ସରପଞ୍ଚଙ୍କ ଘରେ ଗଚ୍ଛିତ ଥିବାରୁ ତଦନ୍ତ ଅଧୁରୀ ସରପଞ୍ଚ ରେବତୀ ସୋରେନଙ୍କ ଘରକୁ ଯାଇ ଉପଭୋକ୍ତାଙ୍କୁ ଓଜନରେ ଠକେଇ କରାଯାଇଥିବା ଉପଲବ୍ଧି କରିଥିଲେ ଏବଂ ଉପଭୋକ୍ତାଙ୍କ ଠାରୁ ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ସୂଚନାଯୋଗ୍ୟ ଯେ, କଷାଫଳିଆ ଗ୍ରାମର ମା କାଳିକା ସ୍ବୟଂ ସହାୟକ ଗୋଷ୍ଠୀ ଦୀର୍ଘବର୍ଷ ଧରି ପିଡିଏସ ସାମଗ୍ରୀ ବଣ୍ଟନ କରିଆସୁଛି। ପୂର୍ବରୁ ଏହି ଗୋଷ୍ଠୀ ବିରୋଧରେ ଛୋଟବଡ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ଓ ରାଜନେତାଙ୍କ ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା । ତଦନ୍ତ ଅଧୁକାରୀଙ୍କୁ କିଛି ମହିଳା ସାକ୍ଷତ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଆଜି ମଧ୍ୟ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଏନେଇ ତଦନ୍ତ ଅଧକାରୀଙ୍କ ମତାମତ ନେବାରେ ଉପଭୋକ୍ତାଙ୍କ ଅଭିଯୋଗରେ ସତ୍ୟତା ଥିବା ପ୍ରକାଶ କରିଥିବା ବେଳେ ତଦନ୍ତ ରିପୋର୍ଟ ଉପଜିଲାପାଳଙ୍କୁ ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ ଉପଜିଲାପାଳ କ’ଣ ପଦକ୍ଷେପ ନେବେ ତାହା ସମୟ କହିବ ।

Related Posts

About The Author

Add Comment