ପିଠାରେ ପୁର ନାହିଁ: ଧର୍ମଶାଳାରୁ ଗରିବ ହଟୁନି

Spread the love

ଯାଜପୁର,୧୯/୧୨ (ସନ୍ଧାନ ନିୟୁଜ) ଆମ ଗାଁ ଆମ ବିକାଶ ଯୋଜନା ଜରିଆରେ ସରକାର ଗରୀବ ଲୋକଙ୍କ ନିକଟରେ ସରକାରୀ ସୁଯୋଗ ସୁବିଧା ପହଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ଏହାକୁ ଆଉ ପାଦେ ଆଗେଇ ନେବାକୁ ସରକାର କରିଛନ୍ତି ପିଠା ଯୋଜନା । ପୀଠା ଜରିଆରେ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ କରିବେ କଣ ବରଂ ଗରୀବଙ୍କ ତଣ୍ଟି ଚିପି ଦେଉଛି ଖୋଦ ପ୍ରଶାସନ । ଗରୀବ କଲ୍ୟାଣ ଯୋଜନାରେ ଗରୀବକୁ ତାର ହକ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସୁଥିବା ନିଦେ୍ର୍ଦଶକୁ ବି କାହା ସାହସରେ ମାଡି ବସୁଛି ପ୍ରଶାସନ ତାହା ଏବେ ସାଧାରଣରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି । ପୀଠା ଯୋଜନାରେ ଭାଷଣ ଓ କାର୍ଯ୍ୟ ଭିତରେ ଆକାଶ ପାତାଳ ଫରକକୁ ପ୍ରମାଣ କରି ଯାଜପୁର ଜିଲ୍ଲା ପ୍ରଶାସନ ଏହାକୁ ଏକ ପ୍ରହଶନରେ ପରିଣତ କରିଛି । ଏ କ୍ଷେତ୍ରରେ ଯାଜପୁର ଜିଲ୍ଲାର ଧର୍ମଶାଳା ଏକ ଦୃଷ୍ଟାନ୍ତ ।
ଯାଜପୁର ଜିଲ୍ଳ୍ାର ୩୧୧ ଗୋଟି ପଞ୍ଚାୟତ ମଧ୍ୟରୁ ୭୦ ଟି ପଞ୍ଚାୟତରେ ରାଜ୍ୟ ସରକାରଙ୍କର ପୀଠା କାର୍ଯ୍ୟକ୍ରମ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ କଳାକାର ସହାୟତା, ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସହାୟତା, ମଧୁବାବୁ ପେନ୍ସନ୍ ଯୋଜନା ସହାୟତା, ପକ୍କା ଘର ଯୋଜନାରେ ୪ ମାସ ଓ ୬ ମାସରେ ଘର ପୂର୍ଣ୍ଣାଙ୍ଗ କରିଥିବାରୁ ଆର୍ଥିକ ସହାୟତା ଇତ୍ୟାଦି ପ୍ରଦାନ କରାଯାଇଚ୍ଥି ବୋଲି ସରକାରୀ ଭାବେ କୁହଯାଉଛି । ଧର୍ମଶାଳା ବ୍ଳ୍କର ବୃନ୍ଦାଦେଇପୁର ପଞ୍ଚାୟତ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଯୋଗଦେଇ ସରକାର ପ୍ରତ୍ୟେକ ଲୋକଙ୍କ ପାଇଁ ଯେଉଁ ଯୋଜନା କରୁଛନ୍ତି ତାହା ଯେପରି ସଠିକ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ ସେଥିପ୍ରତି ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଜାଣିଲେ ଜିଣିବା । ପ୍ରତ୍ୟେକ ଲୋକ ତାଙ୍କ ପାଇଁ ଥିବା ଯୋଜନା ସଂପର୍କରେ ଅବଗତ ହେବା ଓ ଯୋଜନାର ସୁପଂଳ ପାଇବା ଏହି ପୀଠା କାର୍ଯ୍ୟକ୍ରମର ଉଦେ୍ଦଶ୍ୟ । ହିତାଧିକାରାଙ୍କୁ ନିଜ ପଞ୍ଚାୟତରେ ଏହି ସହାୟତା ପ୍ରଦାନ ଦ୍ୱାରା ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଚିହ୍ନଟ କରାଯାଇପାରିବ ବା ଯେଉଁ ହିତାଧିକାରୀ ବଞ୍ଚିତ ହୋଇଚ୍ଥନ୍ତି ସେମାନେ ଏହାର ସୁପଂଳ ପାଇବାକୁ ଚେଷ୍ଟିତ ବୋଲି ସେ କହିଥିଲେ ।
ଏବେ ଏହି ଧର୍ମଶାଳା ବ୍ଲକର ବୃନ୍ଦାଦେଇପୁର ପଂଚାୟତ ଚାରିପାଖରେ ଥିବା ଦଃୁଖୀ ଲୋକଙ୍କ କଥା ବିଚାରକୁ ନିଆଯାଉ । ସରକାରୀ ଯୋଜନାର ସୁଫଳରୁ ଏମାନଙ୍କୁ ଉଦେ୍ଦଶ୍ୟ ମୂଳକ ଭାବେ ବଂଚିତ କରାଯାଇଛି । ଏପରିକି ଏମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନ୍ୟାୟ ପ୍ରଦାନ ପାଇଁ ନିଦେ୍ର୍ଦଶ ଆସିବା ପରେ ବି ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏସବୁକୁ ମାଡି ବସିଛି । ହେଲେ ଭାଷଣରେ କିନ୍ତୁ ଜିଲ୍ଲାପାଳ ଗରୀବ ହିତାଧିକାରୀଙ୍କ ସୁବିଧା ପାଇଁ ବେଶ କିଛି କହୁଛନ୍ତି । ନିକଟରେ ଏଣ୍ଡଳବା ପଂଚାୟତର ବିଛାଖଣ୍ଡୀ ଗ୍ରାମରେ ଘନଶ୍ୟାମ ଦେଉରୀଙ୍କ ପତ୍ନୀ ରଙ୍ଗଲତାଙ୍କ ମୁଣ୍ଡ ଗେଞ୍ଜିବାକୁ ଘର ନାହିଁ କି ଜମିବାଡି ନାହିଁ, ପିଲାଛୁଆ କି ସ୍ୱାମୀ ବି ନାହାନ୍ତି । ଗାଁ ଲୋକେ ତାଙ୍କ ପାଇଁ କରିଥିବା କୁଡିଆ ଘରେ ଅତି ଦୟନୀୟ ଭାବେ ବିଧବା ବୃଦ୍ଧା ୧୦ ବର୍ଷ ହେଲା ବିତାଉଛି ଜୀବନ । ରଙ୍ଗଲତାଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ ପାଇଁ ଅଭିଯୋଗ ପରେ ମୁଖ୍ୟବନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ ନିଦେ୍ର୍ଦଶ ଆସିଥିଲା । ହେଲେ ଏଠାରେ ଏସ.ଇ.ସି.ସି ତାଲିକାରେ ରଙ୍ଗଲତାଙ୍କ ନାମ ଏହି ତାଲିକାରେ ନଥିବାରୁ ଗୃହ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ଧର୍ମଶାଳା ବ୍ଲକ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାସ ପତ୍ର ସଂଖ୍ୟା-୨୧୮୩ ତା୧୨.୦୬.୧୮ ରିଖରେ ରିପୋର୍ଟ ପ୍ରଦାନ କଲେ । ରାସ୍ତା କଡରେ ପଲାରେ ବର୍ଷା, କାକର ଓ ଶୀତରେ ପଶୁ ପରି ଜୀବନ ବିତାଉଥିବା ଅସହାୟ ବୃଦ୍ଧାଙ୍କ ତାଲିକାରେ ନାମ ନଥିବା ନେଇ ହୋଇଥିବା ଚଂଚକତା ସମ୍ବନ୍ଧରେ କୌଣସି ତଦନ୍ତ କରାଗଲା ନାହିଁ । ବାସ୍ତବରେ ଧର୍ମଶାଳାରେ ଏସ.ଇ.ସି.ସି ତାଲିକାର ବ୍ୟାପକ ଚଂଚକତା କରାଯାଇ ବହୁ ଗରୀବଙ୍କୁ ଆବାସ ଯୋଜନାରୁ ବଂଚିତ କରାଯିବା ନେଇ ବହୁ ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯଦିଓ ନିକଟସ୍ଥ କୋରେଇ ବ୍ଲକରେ ଏଭଳି ଚଂଚକତା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଜେନାପୁର ପଂଚାୟତ ବ୍ରହ୍ମପୁର ଗ୍ରାମର ପ୍ରକାଶ ମହାନ୍ତିଙ୍କ ରାସନକାର୍ଡ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିଦେ୍ର୍ଦଶ ମୁତାବକ ଧର୍ମଶାଳା ବ୍ଲକ କର୍ତ୍ତୁପକ୍ଷଙ୍କ ତରଫରୁ ଏକ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି । ଧର୍ମଶାଳା ବି.ଡି.ଓଙ୍କ ପତ୍ର ସଂଖ୍ୟା-୬୭୩୨ ତା୧୨.୦୬.୧୭ ରେ ପ୍ରକାଶ ରାସନକାର୍ଡ ପାଇବାକୁ ଯୋଗ୍ୟ ବୋଲି ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ତଦନ୍ତ ରିପୋର୍ଟ ସହ ପତ୍ର ପ୍ରଦାନ କରାଯାଇଛି । ହେଲେ ଏହି ଗାଁର ତିନିତାଲା ଥିବା ବହୁ କୋଠାଘର, କୋଟିପତିଙ୍କୁ ରାସନକାର୍ଡ ପ୍ରଦାନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶଙ୍କ ପାଇଁ ନିଦେ୍ର୍ଦଶ ଆସିଥିବା ଆକ୍ରେଶରେ ଦୀର୍ଘ ୬ ମାସ ପରେ ବି ପ୍ରକାଶଙ୍କୁ ରାସନକାର୍ଡ ପ୍ରଦାନ କରାଯାଇ ନାହିଁ । ଏଥିପାଇଁ ପ୍ରକାଶ ୬ ମାସ ହେଲେ ବ୍ଲକକୁ ଧାଇଁ ଧାଇଁ ନିରାଶ ହେଉଛନ୍ତି ।

ଧର୍ମଶାଳା ବ୍ଲକ ଗୋଡିପାଟିଆ ଗ୍ରାମର ଭିନ୍ନକ୍ଷମ କାର୍ତ୍ତିକ ପ୍ରଧାନ ଗୋଟିଏ ଭଙ୍ଗା ଚାଳଘରେ ରହୂଥିବା ବେଳେ ତାଙ୍କର ଅଭିଯୋଗକୁ ଭିତ୍ତି କରି ତା୧୨.୦୯.୧୮ ଏବଂ ୨୦.୧୧.୧୮ ରିଖରେ ଦୁଇଥର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଛି ତଦନ୍ତ ନିଦେ୍ର୍ଦଶ । ହେଲେ ଗୋଟିଏ ଥର ବି ତଦନ୍ତ କରାଯାଇ ନଥିବାର ଅଭିଯୋଗ କରିଛନ୍ତି ଖୋଦ ଅଭିଯୋଗକାରୀ ଭିନ୍ନକ୍ଷମ କାର୍ତ୍ତିକ । ସେହିପରି କମ୍ପାଲୁ ଗ୍ରାମର ସନାତନ ବେହେରା , ତ୍ରିଲୋଚନ ବେହେରା, ପୀତାବାସ ଦେଉରୀ, ଅଣ୍ଟିଆର ମାୟାଧର ପ୍ରଧାନ, ମଧୁପୁରଗଡର ଅଞ୍ଜନା ମଲ୍ଲଙ୍କ ଆବାସ ଯୋଜନା ନେଇ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିଦେ୍ର୍ଦଶର ୧ ବର୍ଷ ବିତିଥିଲେ ବି ଅଭିଯୋଗ ନେଇ କୌଣସି ତଦନ୍ତ ହୋଇଥିବା ଖୋଦ ଅଭିଯୋଗକାରୀ ଜାଣି ନାହାନ୍ତି । ସରକାରୀ ଯୋଜନା ଅନୁସାରେ ନିଜର ହକ ନପାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପରେ ବି ଆସିଥିବା ତଦନ୍ତ ନିଦେ୍ର୍ଦଶକୁ ମାଡି ବସୁଥିବା ଏବଂ ଗରୀବ ମାନଙ୍କ ଯୋଜନାରେ ଖେଳ ଖେଳୁଥିବା ପ୍ରଶାସନ ତରଫରୁ ପିଠା ନେଇ ସଚେତନତାରେ କେତେ ବାସ୍ତବତା ଏଥିରୁ ସ୍ପଷ୍ଟ ହେଉଛି । ସେହିପରି ପିଠା ସଚେତନତା କାର୍ଯ୍ୟକ୍ରମରେ ଶ୍ରମ ବିଭାଗର ଅଧିକାରୀ ଯୋଗ ଦେଉଥିବା ବେଳେ ଧର୍ମଶାଳା ଅଂଚଳର ବହୁ କ୍ରସର ଓ ପାହାଡରେ କାର୍ଯ୍ୟରତ ଶ୍ରମିକମାନେ ଶ୍ରମ ଆଇନ ଅନୁସାରେ ଆବଶ୍ୟକ ସୁବିଧା ସୁଯୋଗ ନପାଇବା ନେଇ ମଧ୍ୟ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିକଟରେ ହୋଇଥିବା ଅଭିଯୋଗ ନେଇ ଆସିଥିବା ତଦନ୍ତ ନିଦେ୍ର୍ଦଶକୁ ଚାପି ଦିଆଯାଇଥିବାର ମଧ୍ୟ ଲେଖା ଯୋଖା ପ୍ରମାଣ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ଓ ଆସ୍ଥାକୁ ଅଧିକ ବଳବତ୍ତର କରିବାକୁ ପ୍ରଶାସନ ଯେ କୌଣସି ପ୍ରକାର ଚାପ ଓ ଲୋଭରୁ ମୁକ୍ତ ହୋଇ କାର୍ଯ୍ୟ କଲେ ଏଭଳି ଅଭିଯୋଗ ଶୁଣିବାକୁ ମିଳନ୍ତା ନାହିଁ ବୋଲି ଧର୍ମଶାଳାର ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି । ଏହିଭଳି ଭାବେ ଶତାଧିକ ଗରୀବ ସରକାରୀ ଯୋଜନାର ସୁଫଳ ପାଇପାରୁ ନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।

Report Itishree Das, Jajpur 

Related Posts

About The Author

Add Comment