୧୮/୧୨/୨୫ (ସନ୍ଧାନ ନ୍ୟୁଜ ) : ପୁରୀରେ ଅଘଟଣ। ସମୁଦ୍ରରେ ଗାଧେଇବା ବେଳେ ବୁଡି ଯାଇ ପ୍ରାଣ ହରାଇଛନ୍ତି ଜଣେ ଛାତ୍ରୀ। ଏକ ଘରୋଇ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ପିକନିକ୍ କରିବାକୁ ଆସିଥିବା ବେଳେ ବେଳେ ଏହି ଅଘଟଣ ଘଟିଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି କଟକ ବକ୍ସିବଜାର ଶିଳ୍ପଶ୍ରୀ ସାହୁ। ସୂଚନା ମୁତାବିକ,ଶିଳ୍ପଶ୍ରୀ ଆଜି ପିକନିକ୍ କରିବାକୁ ସାଙ୍ଗସାଥୀଙ୍କ ସହ ପୁରୀ ଆସିଥିଲେ। ତେବେ ବେଲେଶ୍ୱର ମନ୍ଦିର ବେଳାଭୂମି ନିକଟରେ ସମୁଦ୍ରରେ ଗାଧୋଇବା ସମୟରେ ସେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ତାଙ୍କ ମୃତଦେହକୁ ଜବତ କରି ପୁରୀ ସଦର ହସ୍ପିଟାଲରେ ରଖାଯାଇଛି।
ପିକନିକ୍ ହେଲା କାଳ; ପୁରୀ ସମୁଦ୍ରରେ ବୁଡି ପ୍ରାଣ ହରାଇଲେ କଟକ ବକ୍ସିବଜାର ଛାତ୍ରୀ
|
December 18, 2025 |



