ପିଓକେର ୩ ଆତଙ୍କୀ କ୍ୟାମ୍ପ ଉଡାଇଲା ଭାରତ; ୨୨ ଆତଙ୍କବାଦୀ ଓ ୫ ପାକ୍ ସୈନିକ ନିପାତ

Spread the love

ନୂଆଦିଲ୍ଲୀ, ୨୦/୧୦ (ସନ୍ଧାନ ନିଉଜ) : ପାକିସ୍ତାନ ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ କରିବା ପରେ ଭାରତୀୟ ସେନା ପକ୍ଷରୁ ରବିବାର କଡା ଜବାବ ଦିଆଯାଇଛି। ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର(ପିଓକେ) ଉପରେ ଆକ୍ରମଣ କରି ୩ଟି ଆତଙ୍କବାଦୀ କ୍ୟାମ୍ପକୁ ଉଡାଇ ଦେଇଛି। ଭାରତୀୟ ସେନା ଆତଙ୍କବାଦୀ କ୍ୟାମ୍ପକୁ ଟାର୍ଗେଟ କରି ଆର୍ଟିଲାରୀ ଗନରେ ଗୁଳି ଚାଳନା କରିଥିଲେ। ଫଳରେ ୨୨ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ପାକିସ୍ତାନର ୫ ଯବାନ ପ୍ରାଣ ହରାଇଥିବା ସୂଚନା ମିଳିଛି। ଉଭୟ ପକ୍ଷର ଗୁଳିବିନିମୟରେ ଭାରତୀୟ ସେନାର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ଏହା ସହ ଜଣେ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।

Related Posts

About The Author

Add Comment